ରାଞ୍ଚି: ଧାନବାଦ ଜିଲ୍ଲାର ଝରିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ହେବାକୁ ଯାଉଥିବା ନିର୍ବାଚନରେ ଦୁଇ ଜଣ ରାଜନେତାଙ୍କ ପତ୍ନୀଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।
୨୦୧୪ ନିର୍ବାଚନରେ ଏହି ଆସରୁ ଏବର ବିଧାୟକ ସଞ୍ଜୀବ ସିଂହ ଏବଂ ତାଙ୍କ ସମ୍ପର୍କୀୟ ଭାଇ ନୀରଜ ସିଂହ ନିର୍ବାଚନ ଲଢ଼ିଥିଲେ। ବିଜେପି ଟିକେଟରେ ସଞ୍ଜୀବ କଂଗ୍ରେସ ଟିକେଟରେ ନିର୍ବାଚନ ଲଢୁଥିବା ନୀରଜଙ୍କୁ ୩୦ ହଜାର ଭୋଟ୍ରେ ହରାଇ ବିଜୟୀ ହୋଇଥିଲେ। ପରେ ସଞ୍ଜୀବ ଲୋକ ଲଗାଇ ନୀରଜଙ୍କୁ ଗୁଳି କରାଇ ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।
Image Source: NDTV
ସମ୍ପ୍ରତି ଝରିଆ ବିଧାୟକ ସଞ୍ଜୀବ ନୀରଜଙ୍କୁ ହତ୍ୟା କରାଇଥିବା ଅଭିଯୋଗରେ ଜେଲ୍ରେ ଅଛନ୍ତି। ତେଣୁ ଉଭୟଙ୍କ ପତ୍ନୀ ସମ୍ପର୍କରେ ଦୁଇ ଜାଆ ନିର୍ବାଚନ କ୍ଷେତ୍ରରେ ଅବତ୍ତୀର୍ଣ୍ଣ ହୋଇଛନ୍ତି। ସଞ୍ଜୀବଙ୍କ ପତ୍ନୀ ରାଗିଣୀ ବିଜେପି ଟିକେଟ୍ରେ ଏବଂ ନୀରଜଙ୍କ ବିଧବା ପତ୍ନୀ ପୂର୍ଣ୍ଣୀମା କଂଗ୍ରେସ ଟିକେଟ୍ରେ ନିର୍ବାଚନ ଲଢୁଛନ୍ତି।
୨୦୧୬ରେ ହେବାକୁ ଥିବା ନିର୍ବାଚନ ପାଇଁ ଦୁଇ ଜାଆଙ୍କ ପ୍ରଚାର ଅଭିଯାନ ଯୋର୍ଦାର୍ ଚାଲିଛି।