ରାଞ୍ଚି : ଦ୍ବିତୀୟ ପର୍ଯ୍ୟାୟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଆଜି ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଆସନ୍ତା ୭ ତାରିଖରେ ଝାଡ଼ଖଣ୍ଡର ୭ ଜିଲ୍ଲାର ୨୦ଟି ଆସନରେ ନିର୍ବାଚନ ହେବ। ଦ୍ବିତୀୟ ପର୍ଯ୍ୟାୟରେ ୨୬ ମହିଳାଙ୍କ ସମେତ ୨୬୦ ପ୍ରାର୍ଥୀ ଅଛନ୍ତି। ୨୦ଟି ଆସନରୁ ୧୬ଟି ଆସନ ଏସ୍ଟି ପ୍ରାର୍ଥୀ ଏବଂ ଗୋଟିଏ ଆସନ ଏସ୍ସି ପ୍ରାର୍ଥୀଙ୍କ ପାଇଁ ସଂରକ୍ଷିତ ରହିଛି। ପୂର୍ବ ଜାମସେଦପୁର ଏବଂ ପଶ୍ଚିମ ଜମସେଦ୍ପୁରରେ ସବୁଠୁ ଅଧିକ ସଂଖ୍ୟାରେ ପ୍ରାର୍ଥୀ ଅଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ବିଜେପି ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। କାରଣ ୨୦ଟି ଆସନ ମଧ୍ୟରୁ ୧୪ଟି କୋଲହନ୍ ଅଞ୍ଚଳ ଅଧୀନରେ ଆସୁଛି ଏବଂ ଏଠାରେ ଜେଏମ୍ଏମ୍ର ସର୍ବାଧିକ ପ୍ରଭାବ ରହିଛି ।
ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ: ଦ୍ବିତୀୟ ପର୍ଯ୍ୟାୟ ପାଇଁ ପ୍ରଚାର ଶେଷ
/sambad/media/post_attachments/wp-content/uploads/2019/12/jharkahanda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)