ହଟିଲେ ହରିପ୍ରସାଦ, ଜିତେନ୍ଦ୍ର ନୂଆ ପ୍ରଭାରୀ

ଭୁବନେଶ୍ୱର : ପିସିସି ସଭାପତି ପରିବର୍ତନ ଦାବିକୁ ନେଇ ରାଜ୍ୟ କଂଗ୍ରେସରେ ବିବାଦ ଲାଗି ରହିଥିବା ବେଳେ ଓଡ଼ିଶା କଂଗ୍ରେସ ପ୍ରଭାରୀ ବି.କେ.ହରିପ୍ରସାଦଙ୍କୁ ତାଙ୍କ ପଦରୁ ହଟାଇ ଦିଆଯାଇଛି। ତାଙ୍କ ସ୍ଥାନରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ନିଯୁକ୍ତି ଦିଆଯାଇଛି। ଆଜି ଏଆଇସିସି ପକ୍ଷରୁ ଜାରି କରାଯାଇଥିବା ବିବୃତିରେ ଏହି ସୂଚନା ଦିଆଯାଇଛି।

ସୂଚନାଯୋଗ୍ୟ, ଗତବର୍ଷ ରାଜ୍ୟ କଂଗ୍ରେସର ସ୍ଥିତି ଆକଳନ କରିବା ପାଇଁ ରାହୁଲ ଗାନ୍ଧୀ ତିନିଜଣିଆ ପର୍ଯ୍ୟବେକ୍ଷକ ଦଳଙ୍କୁ ପଠାଇଥିଲେ। ସେହି ଦଳରେ ଜିତେନ୍ଦ୍ର ସିଂହ ଥାଇ ହାଇକମାଣ୍ଡଙ୍କୁ ରାଜ୍ୟ କଂଗ୍ରେସର ସ୍ଥିତି ସଂପର୍କରେ ରିପୋର୍ଟ ଦେଇଥିଲେ। ଓଡ଼ିଶା କଂଗ୍ରେସର ପ୍ରଭାରୀ ଭାବେ ବି.କେ.ହରିପ୍ରସାଦଙ୍କୁ ୨୦୧୩ ଜୁନ ମାସ ୧୬ ତାରିଖରେ ନିଯୁକ୍ତି ଦିଆଯାଇଥିଲା।

ସମ୍ବନ୍ଧିତ ଖବର