ଓଡ଼ିଶା ପିସିସି ପ୍ରଭାରୀ ହେଲେ ଜିତେନ୍ଦ୍ର ସିଂ

ଭୁବନେଶ୍ୱର: ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ଜିତେନ୍ଦ୍ର ସିଂଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ପ୍ରଭାରୀ ଦାୟିତ୍ୱ ମିଳିଛି। ଜିତେନ୍ଦ୍ର ସିଂଙ୍କୁ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଯୁକ୍ତି ଦେଇଛନ୍ତି। ତାଙ୍କୁ ବି.କେ ହରିପ୍ରସାଦଙ୍କ ସ୍ଥାନରେ ଅବସ୍ଥାପିତ କରାଯାଇଛି। ବିଗତ କିଛି ମାସ ହେବ ଓଡ଼ିଶା କଂଗ୍ରେସରେ  କନ୍ଦଳ ଲାଗିଥିବା ବେଳେ ଏହାକୁ ନେଇ ଏଆଇସିସି ଓ ପିସିସି ମଧ୍ୟରେ ଅନେକ ଆଲୋଚନା ହୋଇଛି।

ବି.କେ ହରିପ୍ରସାଦ ରାଜ୍ୟ କଂଗ୍ରେସର ନେତୃତ୍ୱ ନେବାକୁ ବିଫଳ ହୋଇଛନ୍ତି ବୋଲି ଏଆଇସିସିରେ ଅନେକ ଥର ଅଭିଯୋଗ ହୋଇଛି। ନିକଟରେ ଏଆଇସିସିର ତିନି ଜଣିଆ ପର୍ଯ୍ୟବେକ୍ଷକ କମିଟି ଓଡ଼ିଶା ଗସ୍ତ କରିଥିଲା। ସେମାନେ ଓଡ଼ିଶାର ରାଜନୈତିକ ଚିତ୍ର ଓ ନେତୃତ୍ୱ ସମ୍ପର୍କରେ ସମୀକ୍ଷା କରି ଫେରି ଯାଇ ଦଳର ହାଇକମାଣ୍ଡ ରାହୁଳ ଗାନ୍ଧିଙ୍କୁ ରିପୋର୍ଟ ଦାଖଲ କରିଥିଲେ।

ବିଜେପୁର ଉପ ନିର୍ବାଚନରେ କଂଗ୍ରେସ ୩ୟ ସ୍ଥାନରେ ରହିଥିଲା। ଏଠାରେ ବିଜେଡ଼ିର ପ୍ରାର୍ଥୀଙ୍କୁ ବିପୁଳ ଭୋଟ ମିଳିଥିବା ବେଳେ ବିଜେପି ୨ୟ ସ୍ଥାନ ହାସଲ କରିଥିଲା। ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଏଠାରୁ ନିର୍ବାଚନରେ ବିଜୟୀ ହୋଇ ବିଧାୟକ ହୋଇଥିଲେ। ସେହିଭଳି ବିଜେପୁର ଉପ ନିର୍ବାଚନ ପରେ ପୂର୍ବରୁ ଓ ପରେ ଅନେକ କଂଗ୍ରେସ ନେତା ଅନ୍ୟ ଦଳରେ ସାମିଲ ହୋଇଛନ୍ତି। ତେଣୁ ଏଆଇସିସି ଓଡ଼ିଶାର ନେତୃତ୍ୱରେ ପରିବର୍ତ୍ତନ ଅଣାଯିବା ଦରକାର ବୋଲି ମନେ କରିଛନ୍ତି।

ସମ୍ବନ୍ଧିତ ଖବର