ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଗୋରଖପୁର ଓ ଫୁଲପୁର ଆସନରେ ସମାଜବାଦୀ ପାର୍ଟି ଓ ବହୁଜନ ସମାଜ ପାର୍ଟିର ମେଣ୍ଟ ଯୋଗୁଁ ବିଜେପିକୁ ହାରିବାକୁ ପଡିଥିଲାା । ଏ ନେଇ ଯୋଗୀ ଆଦିତ୍ୟ ନାଥ ଶନିବାର ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଆମର ଅଧିକ ଆତ୍ମବିଶ୍ୱାସ ଯୋଗୁଁ ଗୋରଖପୁର ଓ ଫୁଲପୁର ଉପନିର୍ବାଚନରେ ହାରିଛୁ ।

Advertisment

ଯୋଗୀ କହଛନ୍ତି, ଅଧିକ ଆତ୍ମବିଶ୍ୱାସ ଆମର ହାରିବାର ମୁଖ୍ୟ କାରଣ ଅଟେ । କିନ୍ତୁ ଏହା ଆମ ପାଇଁ ଏକ ବଡ ଶିକ୍ଷା । ଆଗାମୀ ଦିନରେ ଆମେ ଏହି ଭୁଲକୁ କିପରି ସୁଧାରି ପାରିବୁ ସେଥି ପ୍ରତି ଧ୍ୟାନ ଦେବୁ । ପୂର୍ବରୁ ନିର୍ବାଚନରେ ଆମେ ତଳ ସ୍ତରକୁ ଯାଇ ପ୍ରଚାର କରିଥିଲୁ ଓ ସବୁ ଲୋକଙ୍କ ପାଖରେ ପହଞ୍ଚିଥିଲୁ । କିନ୍ତୁ ଏଥର ଗୋରଖପୁରରେ କର୍ମକର୍ତ୍ତାମାନଙ୍କ ମନରେ ବିଶ୍ୱାସ ଥିଲା ଯେ, ଏଠାରେ ବିଜେପି ଜିତିବା ସୁନିଶ୍ଚିତ । ଉପନିର୍ବାଚନରେ ଆଶା ଅନୁସାରେ ମତଦାନ ହୋଇନଥିବା ପରାଜୟର ଅନ୍ୟତମ କାରଣ ।

ସୁଚନା ମୁତାବକ ଗୋରଖପୁର ଉପନିର୍ବାଚନ ମୁଖ୍ୟମନ୍ତ୍ରୀ ଆଦିଥ୍ୟନାଥଙ୍କ ସିଟ୍‌ରେ ସମାଜବାଦ ପାର୍ଟିର ପ୍ରାର୍ଥୀ ପ୍ରବୀଣ ନିଷାଦ ବିଜେପିର ଉପେନ୍ଦ୍ର ପଟେଲଙ୍କୁ ହରାଇଥିଲେ ।