କଂଗ୍ରେସର ଜାତୀୟ ସାଧାରଣ ସଚିବ ପଦରୁ ଇସ୍ତଫା ଦେଲେ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ

ଭୋପାଳ: ବରିଷ୍ଠ କଂଗ୍ରେସ ନେତା ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ ରବିବାର ଦିନ କଂଗ୍ରେସ ପାର୍ଟିର ଜାତୀୟ ସାଧାରଣ ସଚିବ ପଦରୁ ଇସ୍ତଫା ଦେଇଛନ୍ତି।

ଗୁନାର ପୂର୍ବତନ ସାଂସଦ ସନ୍ଧିଆ ରାହୁଳଙ୍କ ପରିବର୍ତ୍ତେ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ ହୋଇ ପାରନ୍ତି ବୋଲି କଳ୍ପନାଜଳ୍ପନା ଚାଲିବାର ଦିନକ ପରେ ସେ ଇସ୍ତଫା ଦେଇଛନ୍ତି।

ଲୋକସଭା ନିର୍ବାଚନରେ ଲଜ୍ଜାକର ପରାଜୟ ପାଇଁ ନିଜକୁ ଦାୟୀ କରି ଦୀପକ ବାବରିଆ ଏବଂ ବିବେକ ତନ୍‌ଖାଙ୍କ ସମେତ ପୂର୍ବରୁ କଂଗ୍ରେସ ପାର୍ଟିର କେତେକ ନେତା ଇସ୍ତଫା ଦେଇ ସାରିଛନ୍ତି। ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡ଼ ଭଳି ହିନ୍ଦୀ ଭାଷାଭାଷୀ ଅଞ୍ଚଳ ଯେଉଁଠି କଂଗ୍ରେସ ଗତବର୍ଷ ବିଜେପିକୁ ଗାଦିଚ୍ୟୁତ କରିଥିଲା ଏବର୍ଷ ସେସବୁ ଅଞ୍ଚଳରେ ପରାଜୟ ସ୍ୱୀକାର କରିଛି।

ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ କମଳନାଥ ମଧ୍ୟ ମଧ୍ୟପ୍ରଦେଶ କଂଗ୍ରେସର ମୁଖ୍ୟ ପଦବୀରୁ ଇସ୍ତଫା ଦେଇ ସାରିଛନ୍ତି। କିନ୍ତୁ, କଂଗ୍ରେସର ଅଧ୍ୟକ୍ଷ ପଦରୁ ରାହୁଳ ଗାନ୍ଧୀ ଇସ୍ତଫା ଦେଇ ସାରିଥିବାରୁ ନୂତନ ଅଧ୍ୟକ୍ଷ ହିଁ ଏମାନଙ୍କର ଇସ୍ତଫା ପତ୍ର ଗ୍ରହଣ କରିବେ। ସେ ଯାଏଁ ସମ୍ପୃକ୍ତ ନେତାମାନେ ନିଜ ନିଜର ପଦବୀରେ ରହିଥିବେ।

ସମ୍ବନ୍ଧିତ ଖବର