ତାମିଲନାଡୁ: ତାମିଲ ସୁପରଷ୍ଟାର କମଲ ହାସନ ରାଜନୀତିରେ ପ୍ରବେଶ କରିପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି। କମଲ ଆବଶ୍ୟକ ପଡ଼ିଲେ ଭାରତୀୟ ଜନତା ପାର୍ଟି ମିଶି ପାରନ୍ତି ଏବଂ ନିଜର ଏକ ଦଳ ମଧ୍ୟ ଗଢ଼ି ପାରନ୍ତି ବୋଲି ଶୁଣିବାକୁ ମିଳୁଛି।
ଏକ ସାକ୍ଷାତକାରରେ କମଲ ହାସନ କହିଛନ୍ତି, ସେ ଖୁବ୍ ଶୀଘ୍ର ରାଜନୀତିରେ ପ୍ରବେଶ କରିବେ । ଯଦି ଲୋକମାନଙ୍କ ମଙ୍ଗଳ ପାଇଁ ତାଙ୍କୁ ଅଭିନୟ ଛାଡ଼ିବାକୁ ପଡେ ତାହା ବି ସେ କରିବାକୁ ପ୍ରସ୍ତୁତ ଅଛନ୍ତି।
କିଛିଦିନ ତଳେ କମଲ ହାସନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସହିତ ଭେଟି ଦୁର୍ନୀତି ବିରୋଧରେ ଆମେ ଲଢ଼ିବା ପାଇଁ ଏକାଠି ହୋଇଛୁ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/09/kamal_kejariwal_1506413258_618x347.jpeg)