ନୂଆଦିଲ୍ଲୀ: ଅଭିନେତା ଭାବେ ପ୍ରଶଂସା ସାଉଁଟି ସାରିବା ପରେ ଖୁବ୍ ଶୀଘ୍ର ରାଜନୀତିରେ ପାଦ ଦେଇ ରାଜନେତା ଭାବେ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି ଅଭିନେତା କମଲ ହାସନ୍ । ଏକ ସପ୍ତାହିକ ଖବର କାଗଜରେ କମଲ ହାସନ ଲେଖିଛନ୍ତି, ଦକ୍ଷିଣ ପନ୍ଥୀମାନେ ବର୍ତ୍ତମାନ ବାହୁବଳ (ମସଲ୍ ପାଓା୍ଵର) ବ୍ୟବହାର କରି ହିଂସାରେ ସାମିଲ ହୋଇଛନ୍ତି ଓ ହିନ୍ଦୁ କ୍ୟାମ୍ପରେ ଆତଙ୍କବାଦ ପ୍ରବେଶ କରିିଛି । କେହି କହି ପାରିବେ ନାହିଁ କି ହିନ୍ଦୁ ଆତଙ୍କବାଦୀଙ୍କ ଅସ୍ତିତ୍ୱ ନାହିଁ ବୋଲି। ହିନ୍ଦୁ କଠୋରପନ୍ଥୀ ପ୍ରଥମେ କଥାବାର୍ତ୍ତାରେ ବିଶ୍ୱାସ ରଖୁଥିଲେ, କିନ୍ତୁ ଏବେ ହିଂସାରେ ସାମିଲ ହୋଇଛନ୍ତି।ଏଥିସହିତ କମଲ ଲେଖିଛନ୍ତି- ‘ସତ୍ୟମେବ ଜୟେତେ’ର ଆସ୍ଥା ଶେଷ ହୋଇ ସାରିଲାଣି।
ସମ୍ପ୍ରତି କମଲ ହାସନ ନିଜର ଏକ ରାଜନୈତିକ ଦଳ ଗଠନ କରିବେ ବୋଲି ଚର୍ଚ୍ଚା ଜୋର ଧରିଛି। ନଭେମ୍ବର ୭ରେ ନିଜ ଜନ୍ମ ଦିନରେ କମଲ ଏକ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ବୋଲି ବି ଶୁଣିବାକୁ ମିଳିଛି। ଏଥିପାଇଁ ଫ୍ୟାନ୍ ଫଲୋୟର୍ସମାନଙ୍କୁ ପ୍ରସ୍ତୁତ ରହିବାକୁ ମଧ୍ୟ କହିଛନ୍ତି କମଲ।
କମଲ ହାସନ୍ ଚେନ୍ନାଇରେ ନିଜ ଘରେ ଆମ୍ ଆଦମୀ ପାର୍ଟି ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଭେଟିଥିଲେ। ପାର୍ଟିରେ ଯୁବ ଓ ନୂତନ ଚେହେରା ଦରକାର ବୋଲି କହିଥିଲେ। ଏହାପୂର୍ବରୁ ସେ କେରଳ ମୁଖ୍ୟମନ୍ତ୍ରୀ ପି. ବିଜୟନଙ୍କୁ ଭେଟି ସେ କୌଣସି ବାମ କିମ୍ବା ଦକ୍ଷିଣପନ୍ଥୀ ପାର୍ଟିରେ ମିଶିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ କରି ଦେଇଥିଲେ। ଅନ୍ୟପକ୍ଷରେ କମଲ ଏହା ବି କହିଥିଲେ କି, ମୋର ଗୋରୁଆ ରଙ୍ଗ ବି ଖାସ୍ ପସନ୍ଦ ନୁହେଁ। ଏହା ବିଜେପି ଓ ଆରଏସ୍ଏସ୍ ପାଇଁ ତେର୍ଚ୍ଛାବାଣ କମଲ ଛାଡ଼ିଥିବା ସାଧାରଣରେ ଚର୍ଚ୍ଚା ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/11/635661-kamalhaasan-helmet.jpg)