ସହଯୋଗୀ ଦଳଙ୍କ ସହ ଆସନ ବୁଝାମଣା: ୧୫୪ଟି ଆସନରେ ପ୍ରତିଦ୍ବନ୍ଦ୍ବିତା କରିବ ଏମ୍ଏ‌ନ୍‌ଏମ୍

ଚେନ୍ନାଇ: ଆଗାମୀ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ କମଲ ହାସନଙ୍କ ଦଳ ମକ୍କଲ ନିଧି ମୈୟମ୍‌(ଏମ୍ଏ‌ନ୍‌ଏମ୍‌) ସୋମବାର ଆସନ ବୁଝାମଣା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବା ପରେ ଦଳ ୨୩୪ଟି ଆସନ ମଧ୍ୟରୁ ୧୫୪ଟି ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ସ୍ପଷ୍ଟ କରିଛି।

ଏମ୍ଏ‌ନ୍‌ଏମର ପ୍ରତିଷ୍ଠାତା କମଲ ହାସନ ଆହୁରି ବି କହିଛନ୍ତି ଯେ ଦଳ ଏହାର ଦୁଇ ସହଯୋଗୀ ଭାଗୀଦାରୀ ଅଲ ଇଣ୍ଡିଆ ସମଥୁଭା ମକ୍କଲ କାଟଚି (ଏଆଇଏସ୍‌ଏମ୍‌କେ) ଏବଂ ଇନ୍ଦିୟା ଜନନାୟକ କାଟଚି ପାଇଁ ୪୦ଟି ଲେଖାଏ ଆସନ ଛାଡ଼ିଛି।

ପୂର୍ବରୁ ଗଣମାଧ୍ୟମରେ ସୂଚନା ଦେଇ ଏଆଇଏସ୍‌ଏମ୍‌କେର ପ୍ରତିଷ୍ଠାତା ଶରତ କୁମାର କହିଥିଲେ କି କମଲ ହାସନ ହିଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ। ସେମାନେ ଏକତ୍ର ଯାତ୍ରା କରିବାର ନିଷ୍ପତ୍ତି ନେଇଛନ୍ତି ବୋଲି ଶରତ ତାଙ୍କ ବୟାନ ଦେଇ କହିିଥିଲେ।

ଗତ ସପ୍ତାହରେ କମଲ ହାସନ ନିଜର ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ। ସେ ତାଙ୍କ ନିର୍ବାଚନ ପ୍ରଚାର ବେଳେ ପ୍ରତିଦ୍ବନ୍ଦୀ ଦଳ ବିଜେପି ଏବଂ ଏଆଇଏଡିଏମକେକୁ ଆକ୍ଷେପ କରି କହିଥିଲେ କି ଗୈରିକ ଦଳ ଭାବୁଛି ଏମିତି ଅଚାନକ ତାମିଲ୍‌ନାଡୁର ଗୌରବକୁ ତ୍ୟାଗ କରି ତାମିଲମାନେ ଭୋଟ ଦେଇଦେବେ ଓ ଏଆଇଏଡି‌ଏମ୍‌କେ ଯୁବକଙ୍କୁ ଚାକିରି ଦେବ କହି ପ୍ରଲୋଭିତ କରୁଛି, ଯାହାକି ବାସ୍ତବତାଠୁ ଅନେକ ଦୂରରେ। ସେ ଆହୁରି ବି କହିଥିଲେ କି ତାମିଲମାନେ ବିକ୍ରି ପାଇଁ ନୁହଁନ୍ତି କି ସେମାନଙ୍କ ଭୋଟ୍‌ ବି ବିକ୍ରି ପାଇଁ ନୁହେଁ।

 

ସମ୍ବନ୍ଧିତ ଖବର