ନିର୍ବାଚନ ପାଇଁ କମଲ ହାସାନଙ୍କ ପ୍ରସ୍ତୁତି, ସମଭାବାପନ୍ନ ଦଳଙ୍କ ସହ ମେଣ୍ଟ କରିବେ

ଚେନ୍ନାଇ : ଅଭିନେତାରୁ ନେତା ପାଲଟିଥିବା ତାଲିମ ସୁପରଷ୍ଟାର କମଲ ହାସାନ ଆଗାମା ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ନିର୍ବାଚନ ପାଇଁ ତାଙ୍କ ଦଳ ମକଲ ନିଧି ମଇୟମ (ଏମଏନଏମ) ସମଭାବାପନ୍ନ ଦଳମାନଙ୍କ ସହ ମେଣ୍ଟ କରିବ ବୋଲି ସେ ସଂକେତ ଦେଇଛନ୍ତି । ଶନିବାରଦିନ ବସିଥିବା ଦଳର ସାଧାରଣ ପରିଷଦ ଓ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ଏ ସଂପର୍କରେ ଆଲୋଚନା ହୋଇଥିଲା । ମେଣ୍ଟ ସଂପର୍କରେ ନିଷ୍ପତ୍ତି ନେବା ପାଇଁ କମଲଙ୍କୁ ଏହି ବୈଠକରେ କ୍ଷମତା ଅର୍ପଣ କରାଯାଇଛି ।

ବୈଠକ ପରେ କମଲ ହାସାନ କହିଛନ୍ତି ଯେ ତାମିଲନାଡୁ ଓ ପୁଡୁଚେରୀରେ ଥିବା ମୋଟ ୪୦ଟି ଲୋକସଭା ଆସନରେ ଦଳ ପ୍ରତିଯୋଗିତା କରିବ ଓ ଏଥିପାଇଁ ବିଭିନ୍ନ ସମଭାବାପନ୍ନ ଦଳଙ୍କ ସହ ମେଣ୍ଟ କରିବ । ତେବେ ଏପର୍ଯ୍ୟନ୍ତ ଦଳ ଅନ୍ୟ କୌଣସି ଦଳ ସହ କଥାବାର୍ତ୍ତା ଆରମ୍ଭ କରିନାହିଁ । କିନ୍ତୁ ଆଗକୁ କଥାବାର୍ତ୍ତା କରାଯିବ ବୋଲି ସେ କହିଛନ୍ତି । ତେବେ ବିଜେପି ସହ କୌଣସି ମେଣ୍ଟ ସମ୍ଭାବନାକୁ ସେ ଅସ୍ୱୀକାର କରିଛନ୍ତି ।

ସମ୍ବନ୍ଧିତ ଖବର