କମଳନାଥ ହେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ !

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତା କମଳନାଥ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ହୋଇପାରନ୍ତି । ଏ ନେଇ କଂଗ୍ରେସ ହାଇକମାଣ୍ଡରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ନିଜେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ତାଙ୍କ ନାଁରେ ମୋହର ମାରିଥିହା ସୂଚନା ମିଳିଛି । ଅନ୍ୟପକ୍ଷରେ ରାଜସ୍ଥାନରେ ମଧ୍ୟ ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲୋଟଙ୍କ ନାମରେ ମୋହର ଲାଗିପାରେ ।

ଆଜି ଗେହଲୋଟ ରାହୁଲଙ୍କୁ ଭେଟିଥିବା ଖବର ମିଳିଛି । ଏହା ଫଳର କଂଗ୍ରେସର ଦୁଇ ଯୁବ ନେତା ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିରାଶ ହୋଇପାରନ୍ତି । ନିକଟରେ ସମାପ୍ତ ବିଧାନସଭା ନିର୍ବାଚନରେ କଂଗ୍ରେସ ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ଏକକ ସଂଖ୍ୟା ଗରିଷ୍ଠ ଦଳ ଭାବେ ଉଭା ହୋଇଥିଲା । ମଧ୍ୟପ୍ରଦେଶରେ କଂଗ୍ରେସ ୧୧୪ଟି ସିଟ ପାଇଥିବାବେଳେ ରାଜସ୍ଥାନରେ ୧୦୦ ଟି ସିଟ ପାଇଥିଲା । ତେବେ ଦଳ ବିଏସପି ଓ ଅନ୍ୟ ସ୍ୱାଧୀନ ବିଧାୟକଙ୍କ ସମର୍ଥନରେ ଏହି ଦୁଇ ରାଜ୍ୟରେ ସରକାର ଗଢିବାକୁ ଯାଉଛି ।

ସମ୍ବନ୍ଧିତ ଖବର