ଆମ୍ମାଙ୍କ ଭୂମିକାରେ କଙ୍ଗନା, ଐଶ୍ୱର୍ଯ୍ୟାଙ୍କୁ ନିଜ ଚରିତ୍ରରେ ଦେଖିବାକୁ ଚାହିଁଥିଲେ ଜୟଲଳିତା

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରାଣାଓ୍ଵତଙ୍କ ଅଭିନୀତ ଚଳଚ୍ଚିତ୍ର ‘ମଣିକର୍ଣ୍ଣିକା’ ଅଭୂତପୂର୍ବ ସଫଳତା ହାସଲ କରିବା ପରେ ଦର୍ଶକଙ୍କ ଅପେକ୍ଷା ରହିଥିଲା କଙ୍ଗନାଙ୍କ ଅଭିନୀତ ଆଉ ଏକ ବଡ଼ ଚଳଚ୍ଚିତ୍ର ପାଇଁ। ଦର୍ଶକଙ୍କୁ ଆଉ ବେଶି ଅପେକ୍ଷା କରିବାକୁ ପଡ଼ିନପାରେ! ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କଙ୍ଗନା ରାଣାଓ୍ଵତ ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ ଜୀବନୀ ଉପରେ ହେଉଥିବା ଚଳଚ୍ଚିତ୍ର ‘ଥାଲାଇଭି’ରେ ନଜର ଆସିବେ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେବେ ଏଏଲ୍‌ ବିଜୟ।

ତାମିଲନାଡୁର ଲୋକପ୍ରିୟ ଚେହେରା ଆମ୍ମାଙ୍କ ଉପରେ ହେବାକୁ ଥିବା ଏହି ଚଳଚ୍ଚିତ୍ର ପାଇଁ ସଭିଙ୍କ ମନରେ ଖୁବ୍‌ ଉତ୍ସୁକତା ରହିଛି। ତେବେ, ଆମ୍ମାଙ୍କ ପରି ଜଣେ ବହୁ ଲେକପ୍ରିୟ ରାଜନୈତିକ ଚେହେରା ପାଇଁ କେଉଁ ଅଭିନେତ୍ରୀ ଠିକ୍‌ ହେବେ ବୋଲି ପୂର୍ବରୁ ବହୁ ଆଲୋଚନା ହୋଇସାରିଛି। ଭାଗ୍ୟକୁ, ୩ ଥର ଜାତୀୟ ପୁରସ୍କାର ବିଜୟିନୀ କଙ୍ଗନାଙ୍କୁ ଏହି ଚଳଚ୍ଚିତ୍ର କରିବାର ସୁଯୋଗ ମିଳିବ।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ଜୟଲଳିତା ବଞ୍ଚିିଥିବା ବେଳେ ଏକ ସାକ୍ଷାତ୍‌କାରରେ ତାଙ୍କୁ ପ୍ରଶ୍ନ ପଚରା ଯାଇଥିଲା ଯେ ସେ ତାଙ୍କ ବାୟୋପିକ୍‌ରେ କାହାକୁ ଦେଖିବାକୁ ଚାହାଁନ୍ତି। ଆମ୍ମା ସେ ସମୟରେ ନୀଳ ନୟନା ଐଶ୍ୱର୍ଯ୍ୟା ରାୟଙ୍କ ନାମ ନେଇଥିଲେ।

ସମ୍ବନ୍ଧିତ ଖବର