କର୍ଣ୍ଣାଟକର ତିନି ବିଧାୟକଙ୍କର ନୁହେଁ , ମାତ୍ର ଜଣଙ୍କର ଇସ୍ତଫା ପତ୍ର ପାଇଛି: ବାଚସ୍ପତି ରମେଶ କୁମାର

ବେଙ୍ଗଲୁରୁ: କର୍ଣ୍ଣାଟକରେ କଂଗ୍ରେସର ସଂକଟ ଜାରି ରହିଛି। କିଛି ଦିନତଳେ ତିନି ଜଣ କଂଗ୍ରେସ ବିଧାୟକ ସେମାନଙ୍କର ଇସ୍ତଫା ବାଚସ୍ପତିଙ୍କ ପାଖକୁ ପଠାଇଥିବା କହିଥିବା ବେଳେ କର୍ଣ୍ଣାଟକ ବିଧାନସଭା ବାଚସ୍ପତି ରମେଶ କୁମାର କିନ୍ତୁ ଏକଥାକୁ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି ଯେ , ଦୁଇ ଜଣ ବିଧାୟକ ଇସ୍ତଫା ଦେଇ ନାହାନ୍ତି । କେବଳ ଗୋଟିଏ ହାତ ଲେଖା ଇସ୍ତଫା ପତ୍ର ମିଳିଛି ।

photo-oneindia

କେବଳ ଜଣେ ବିଧାୟକ ଇସ୍ତଫା ଦେଇଛନ୍ତି । ରମେଶ କୁମାର କହିଛନ୍ତି, ତାଙ୍କୁ କେବଳ ବିଜୟନଗର ବିଧାୟକ ଆନନ୍ଦ ସିଂହଙ୍କ ଇସ୍ତଫା ପତ୍ର ମିଳିଛି । ସେ କହିଛନ୍ତି ଯେ ଇସ୍ତଫା ଏକ ସାଧାରଣ ବିଷୟ ନୁହେଁ । ସ୍ୱର୍ଗତ ଲାଲ ବାହାଦୂର ଶାସ୍ତ୍ରୀ ରେଳ ଦୁର୍ଘଟଣାରେ ନିଜକୁ ଦାୟୀ କରି କେନ୍ଦ୍ର ରେଳ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ । ଇସ୍ତଫାର ମଧ୍ୟ ମର୍ଯ୍ୟାଦା ରହିଛି । କୁମାରସ୍ୱାମୀ ସରକାର ବର୍ତ୍ତମାନ ସଂକଟ ପରିସ୍ଥିତ ଦେଇ ଗତି କରୁଛି ବୋଲି ବିଜୟନଗର ବିଧାୟକ ଆନନ୍ଦ ସିଂହ କହିଛନ୍ତି ।

ସମ୍ବନ୍ଧିତ ଖବର