କର୍ଣ୍ଣାଟକ ଉପନିର୍ବାଚନ: ୨ଟି ଲୋକସଭା ଓ ୨ଟି ବିଧାନସଭା ଆସନରେ ଜେଡିଏସ-କଂଗ୍ରେସ ମେଣ୍ଟ ବିଜୟୀ, ବିଜେପି ଗୋଟିିଏ ଲୋକସଭାରେ ସନ୍ତୁଷ୍ଟ

ବେଙ୍ଗାଲୁର: କର୍ଣ୍ଣାଟକର ୩ଟି ଲୋକସଭା ଓ ୨ଟି ବିଧାନସଭା ପାଇଁ ହୋଇଥିବା ଉପନିର୍ବାଚନରେ ବିଜେପିକୁ ଝଟ୍‌କା ଲାଗିଥିବା ବେଳେ ରାଜ୍ୟର ଶାସକ ଜେଡିଏସ- କଂଗ୍ରେସ ମେଣ୍ଟକୁ ବଡ଼ ସଫଳତା ମିଳିଛି। ମୋଟ୍‌ ୩ଟି ଲୋକସଭା ଆସନରୁ ମେଣ୍ଟ ପ୍ରାର୍ଥୀ ୨ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେହିପରି ୨ଟି ବିଧାନସଭା ଆସନର ଉପନିର୍ବାଚନରେ ମେଣ୍ଟ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ଭୋଟ୍‌ ଗଣତି ଫଳାଫଳରୁ ଜଣାପଡ଼ିିଛି ଯେ ରାମନଗର ବିଧାନସଭା ଆସନ ଲାଗି ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କ ପତ୍ନୀ ଅନିତା କୁମାର ସ୍ୱାମୀ ୧ ଲକ୍ଷ ୫ ହଜାରୁ ଉର୍ଧ୍ୱ ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ବେଲାରି ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ଭିଏସ ଉଗ୍ରପ୍ପା ୨ଲକ୍ଷ ୨୫ ହଜାର ଭୋଟ୍‌ରେ ବିଜୟୀ ହୋଇଛନ୍ତି। ମାଣ୍ଡ୍ୟା ଲୋକସଭା ଆସନରେ ଜେଡିଏସର ଶିବରାମ ଗୌଡ଼ ବଜୟୀ ହୋଇଛନ୍ତିି। ସେହିପରି ଶିମୋଗା ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ୟାଦୁରପ୍ପାଙ୍କ ପୁଅ ବିଏସ ରାଘବେନ୍ଦ୍ର ବିଜୟୀ ହୋଇଛନ୍ତି।

ସମ୍ବନ୍ଧିତ ଖବର