ବେଙ୍ଗାଲୁରୁ: କର୍ଣ୍ଣାଟକରେ ୧୩ ମାସର ପୁରୁଣା କଂଗ୍ରେସ-ଜନତା ଦଳ (ଏସ୍)ର ମେଣ୍ଟ ସରକାରକୁ ବଂଚାଇବା ପାଇଁ ଉଦ୍ୟମ ଚାଲିଛି। ପାର୍ଟିର ଜଣେ ପଦାଧିକାରୀ ରବିବାର କହିଛନ୍ତି, ଇସ୍ତଫା ଦେଇଥିବା କଂଗ୍ରେସ ଓ ଜେଡିଏସ ବିଧାୟକଙ୍କ ଇସ୍ତଫା ଫେରାଇ ନେବାକୁ ଉଦ୍ୟମ କରାଯାଉଛି। କଂଗ୍ରେସ ସରକାର ବଂଚାଇବାକୁ ଚାହୁଁଛି।
ଅନ୍ୟପକ୍ଷରେ ଜେଡିଏସର ଜଣେ ବରିଷ୍ଠ ବିଧାୟକ ଜିଟି ଦେବେଗୌଡ଼ାଙ୍କୁ କର୍ଣ୍ଣାଟକରେ ସିଦ୍ଧରମେୟାର ନୂଚନ ମୁଖ୍ୟମନ୍ତ୍ରୀ ହେବେ କି ବୋଲି ପଚରାଯିବାରୁ ସେ କହିଛନ୍ତି, ଯଦି ସଂଯୋଜକ କମିଟି ଏହା ନିର୍ଦ୍ଧାରଣ କରିଛି, ତା’ହେଲେ ଆମକୁ କୌଣସି ଅସୁବିଧା ନାହିଁ। କଂଗ୍ରେସ ସରକାର ବଂଚିବାକୁ ଉଦ୍ୟମ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/siddaramaiah-.1.259137.jpg)