କର୍ଣ୍ଣାଟକର ଜନତା ମର୍ଡର, ମାଫିଆ ଓ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ଠାରୁ ମୁକ୍ତି ଚାହାଁନ୍ତି: ଅମିତ ଶାହା

ବେଙ୍ଗାଲୁରୁ: କର୍ଣ୍ଣାଟକର ଜନତା ମର୍ଡର, ମାଫିଆ ରାଜ ଓ ଦୁର୍ନୀତିଗ୍ରସ୍ତ ମନ୍ତ୍ରୀଙ୍କ ଯୋଗୁଁ ମନ ଦୁଃଖରେ ଅଛନ୍ତି। ଏଠାକାର ଲୋକଙ୍କ ଇଚ୍ଛା ଯେ, ସେମାନଙ୍କୁ ଗୁଣ୍ଡାରାଜରୁ ମୁକ୍ତି ମିଳୁ। ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସର ସିଦ୍ଧରମିୟା ସରକାର ଉପରେ ଆକ୍ରମଣାତ୍ମକ ବୟାନ ଦେଇ ଏହା କହିଛନ୍ତି। କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ଶାହା କହିଛନ୍ତି, ଦେଶରେ ଏମିତି ଜଣେ ମୁଖ୍ୟମନ୍ତ୍ରୀ ଅଛନ୍ତି, ଯାହାଙ୍କ ପାଖରେ ୪୦ ଲକ୍ଷ ଟଙ୍କାର ଘଣ୍ଟା ଅଛି।

ଅମିତ ଶାହା କହିଛନ୍ତି, ମୁଁ ଜାଣିଛି ସମଗ୍ର କର୍ଣ୍ଣାଟକରେ ଏହି ପ୍ରକାରର ବାତାବରଣ ଦେଖାଯାଇଛି। ୪ ବର୍ଷ ଭିତରେ ସଂଘ ଓ ଭାରତୀୟ ଜନତା ପାର୍ଟିର ୨୨ଜଣ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରି ଦିଆଯାଇଛି। ସେ କହିଛନ୍ତି, ଯେଉଁ ପ୍ରକାରର ଦୁର୍ନୀତି ହେଉଛି, ମୁଁ ଭାବୁଛି କର୍ଣ୍ଣାଟକର ଜନତା ପରିବର୍ତ୍ତନ ଚାହୁଁଛନ୍ତି। ପରିବର୍ତ୍ତନ ଯାତ୍ରାକୁ ସମର୍ଥନ ମିଳିଛି। ସିଦ୍ଧରମିୟା କୁହନ୍ତି, କେନ୍ଦ୍ର ସରକାର କର୍ଣ୍ଣାଟକ ପାଇଁ କ’ଣ କରିଛନ୍ତି।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦୁର୍ନୀତିକୁ ନେଇ କର୍ଣ୍ଣାଟକର ସିଦ୍ଧରମିୟା ସରକାରଙ୍କ ଉପରେ କହିଛନ୍ତି, ପ୍ରତିଦିନ ନୂଆ ନୂଆ ଦୁର୍ନୀତି ଆମର ସାମ୍ନାକୁ ଆସୁଛି। ଶାହ କହିଛନ୍ତି, କର୍ଣ୍ଣାଟକର ଲୋକଙ୍କର କ୍ରୋଧକୁ ମୁଁ ବୁଝି ପାରୁଛି। ମୋଦି ର‍୍ୟାଲିରେ ଲୋକଙ୍କୁ ପଚାରି ଥିଲେ ଯେ, ତାଙ୍କୁ ‘କମିଶନ ସରକାର ଅଥବା ମିଶନ ସରକାର’ ଦରକାର। ଲୋକମାନେ ଯୋରରେ କହିଥିଲେ କର୍ଣ୍ଣାଟକରେ ମିଶନ ସରକାରର ଆବଶ୍ୟକତା ଅଛି।

ସମ୍ବନ୍ଧିତ ଖବର