ମଦୁରାଇ: ଶିବଗଙ୍ଗା ଲୋକସଭା ସମର ମଧ୍ୟକୁ କଂଗ୍ରେସ ଚିଦାମ୍ବରମ୍ଙ୍କ ପରିବାରରୁ ଜଣେ ନୂଆ ସଦସ୍ୟଙ୍କୁ ଆଣିଛି। ଅବଶ୍ୟ ଅନ୍ତରାଳରେ ରହିବେ। ସେ ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ଙ୍କ ବୋହୂ ଶ୍ରୀନିଧି ଚିଦାମ୍ବରମ୍। ସେ ସ୍ୱାମୀ କାର୍ତିଙ୍କ ଲାଗି ସାମାଜିକ ଗଣମାଧ୍ୟ ଅଭିଯାନର ନେତୃତ୍ୱ ନେବେ।
ବୃତ୍ତିରେ ଡାକ୍ତର ପୁଣି ଭାରତ ନାଟ୍ୟମ୍ ନିପୂଣା ଶ୍ରୀନିଧି ଏ ଯାଏଁ ରାଜନୀତି ଠାରୁ ଦୂରେଇ ରହିଥିଲେ। ଶିବଗଙ୍ଗାରୁ ୭ ଥର ସାଂସଦ ହୋଇଥିବା ତାଙ୍କ ଶ୍ୱଶୁର ଏଥର ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ ବୋଲି ବିଶ୍ୱାସ କରାଯାଉଛି। ତାଙ୍କ ସ୍ଥାନରେ ୨୦୧୪ ଲୋକସଭା ନିର୍ବାଚନରେ ୧୦୪୬୭୮ ଖଣ୍ଡ ଭୋଟ୍ ପାଇ ହାରି ଯାଇଥିବା କାର୍ତି ଚିଦାମ୍ବରମ୍ ପ୍ରତିଦ୍ୱନ୍ଦ୍ୱିତା କରି ପାରନ୍ତି।
ଦୁଇ ଦିନ ତଳେ କାରାଇକୁଡ଼ି ଠାରେ ଶ୍ରୀନିଧି ଦଳୀୟ ବୈଠକରେ ଅଭିଭାଷଣ ଦେବା ଦେଖି ଅନେକ କଂଗ୍ରେସ କର୍ମୀ ଚକିତ ହୋଇ ଯାଇଥିବା କଥା କହୁଛନ୍ତି। କେତେକ କହୁଛନ୍ତି, ଆମେ ତାଙ୍କୁ କେବେ ଦେଖି ନ ଥିବାରୁ, ସେ କିଏ ଜାଣି ପାରିଲୁ ନାହିଁ। ସାମାଜିକ ଗଣମାଧ୍ୟମ କେମିତି ଦଳକୁ ସାହାଯ୍ୟ କରିପାରେ ସେ ସଂକ୍ରାନ୍ତରେ ଶ୍ରୀନିଧି କହିଛନ୍ତି। ଶ୍ରୀନିଧି ଅଧ୍ୟକ୍ଷତା କରିଥିବା ଏହି ବୈଠକରେ ପ୍ରାୟ କୌଣସି ମହିଳା ନ ଥିଲେ। କର୍ମୀମାନଙ୍କୁ ତାଙ୍କର ସ୍ୱାମୀ କାର୍ତି ଯାହା କିଛି କହିଥିଲେ। ସେ କହିଥିଲେ କି, ମୋବାଇଲ୍ ଫୋନ୍ ଓ ସାମାଜିକ ଗଣମାଧ୍ୟମ ହେଉଛି ଲୋକମାନଙ୍କ ନିକଟରେ ପହଞ୍ଚି ପାରିବାର ସବୁଠୁ ବଳଶାଳୀ ମାଧ୍ୟମ।
ଜଣେ ବରିଷ୍ଠ କଂଗ୍ରେସ ସଦସ୍ୟ କହିଛନ୍ତି କି, ଶ୍ରୀନିଧିଙ୍କୁ ବ୍ୟାକ୍ଅପ୍ ଭାବେ ରଖାଯାଇଛି। ଯଦି କାର୍ତିଙ୍କ ପ୍ରାର୍ଥୀତ୍ୱ ଯୋଗୁଁ କିଛି ବାଧା ଉପୁଜେ ଶ୍ରୀନିଧି ତାଙ୍କ ସ୍ଥାନ ଗ୍ରହଣ କରିବେ। କଂଗ୍ରେସ ଜିଲ୍ଲା ଅଧ୍ୟକ୍ଷ ଏନ୍ ସୁନ୍ଦରମ୍ କହନ୍ତି, ଶ୍ରୀନିଧି କଂଗ୍ରେସ୍ର ସଦସ୍ୟା ନୁହନ୍ତି। ସେ କେବଳ କାର୍ତିଙ୍କୁ ସାହାଯ୍ୟ କରିବାକୁ ଆସିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/karti-srinidhi.jpg)