ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଚପଲ ଫିଙ୍ଗିଥିବା ଯୁବକ କାର୍ତ୍ତିକ ମେହେର ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍ଏସ୍ଏସ୍)ର ସଦସ୍ୟ ବୋଲି ବିଜେଡି ଅଭିଯୋଗ କରିଛି। ଆଜି ସକାଳେ ପଦ୍ମପୁର ଆଇଆଇସି ସଂପୃକ୍ତ ଯୁବକଙ୍କ ମାନସିକ ଭାରସାମ୍ୟ ଠିକ୍ ନ ଥିବା କହିଲା ପରେ ଘଟଣାଟି ଭିନ୍ନ ମୋଡ଼ ନେଇଥିଲା। କିନ୍ତୁ ସନ୍ଧ୍ୟାରେ ବିଜେଡିର ମୁଖପାତ୍ର ପ୍ରତାପ ଦେବ ଗଣମାଧ୍ୟମ ସାମ୍ନାରେ ଆଇଆଇସିଙ୍କ ମନ୍ତବ୍ୟ ଭୁଲ୍ ବୋଲି ଯୁକ୍ତି ଦର୍ଶାଇଥିଲେ। ସେ କହିଥିଲେ, କାର୍ତ୍ତିକ ମେହେରଙ୍କ ମାନସିକ ଭାରସାମ୍ୟ ଓ ସନ୍ତୁଳନ ଠିକ୍ ଅଛି। ସେ ଆର୍ଏସ୍ଏସ୍ର ସଦସ୍ୟ ଥିବା ସୋସିଆଲ୍ ମିଡିଆ ଫଟୋରୁ ଜଣାପଡ଼େ। ତେଣୁ ଗତକାଲି ଘଟିଥିବା ଘଟଣା ବିଜେପି ଦ୍ୱାରା କରାଯାଇଥିବା ସ୍ପଷ୍ଟ ହୋଇଛି। ବିଜେପି କେତେ ନିମ୍ନ ସ୍ତରକୁ ଖସିଗଲାଣି, ତାହା ଧରାପଡ଼ିଯାଇଛି। ପଦ୍ମପୁର ଆଇଆଇସି କାହା ଚାପର ବଶବର୍ତ୍ତୀ ହୋଇ ଏପରି ମନ୍ତବ୍ୟ ଦେଇଥିଲେ, ତାହା ତଦନ୍ତ କରିବାକୁ ଡିଜିଙ୍କ ନିକଟରେ ଦାବି କରାଯାଇଛି ବୋଲି ଶ୍ରୀ ଦେବ କହିଛନ୍ତି।
କାର୍ତ୍ତିକ ଆର୍ଏସ୍ଏସ୍ ସଭ୍ୟ: ବିଜେଡି
/sambad/media/post_attachments/wp-content/uploads/2018/02/RSS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)