ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମ୍ ପୁଅ କାର୍ତ୍ତି ଚିଦାମ୍ବରମ୍ଙ୍କୁ ବୁଧବାର ଦିନ ସିବିଆଇ ଗିରଫ କରିଛି। ନରେନ୍ଦ୍ର ମୋଦି ସରକାର ନିଜ ଶାସନର ଦୁର୍ନୀତି ଉପରୁ ଧ୍ୟାନ ହଟାଇବାକୁ ଏ ଭଳି କରିଛି ବୋଲି କଂଗ୍ରେସ ପାର୍ଟି କହିଛି।
କଂଗ୍ରେସ ଆହୁରି ମଧ୍ୟ କହିଛି ଯେ ବୁଧବାର ଦିନ ଚେନ୍ନାଇରୁ ହୋଇଥିବା ଗିରଫଦାରି ଲୋକଙ୍କ ଉପରେ ଦଳ ବିରୋଧରେ କୌଣସି ପ୍ରଭାବ ପକାଇବ ନାହିଁ।
ଦଳର ମୁଖପାତ୍ର ପ୍ରିୟଙ୍କା ଚତୁର୍ବେଦୀ କହିଛନ୍ତି: ବିରୋଧୀ ଦଳ ବିରୋଧରେ ଭାରତୀୟ ଜନତା ପାର୍ଟି ବ୍ୟକ୍ତିଗତ ପ୍ରତିଶୋଧାତ୍ମକ ରାଜନୀତି କରିବା ଭଳି ମନେହେଉଛି।
ନିରବ ମୋଦି ହେଉ କି, ମେହୁଲ୍ ଚୋକ୍ସି ହେଉ କି, ଦ୍ୱାରକା ଦାସ ସେଠ ଜୁଏଲର୍ସ ହେଉ- ନିଜ ଶାସନରେ ଦୈନନ୍ଦିନ ଧରା ପଡୁଥିବା ଦୁର୍ନୀତିକୁ ଘୋଡ଼ାଇବାକୁ ମୋଦି ସରକାରରଙ୍କର ଏହା ଏକ କୌଶଳ ବୋଲି କହିଛନ୍ତି ଚତୁର୍ବେଦୀ।