କେନ୍ଦ୍ରାପଡ଼ା: ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧: ୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାକାଳପଡ଼ା ବ୍ଲକ୍ ଅନ୍ତର୍ଗତ ଖରିନାସିର ହରିଆବାଙ୍କ ଗାଁରୁ ନିର୍ବାଚନୀ ପ୍ରଚାର ରୋଡ୍ ସୋ’ରେ ବାହାରିଛନ୍ତି।
ହେଲିକପ୍ଟର୍ରୁ ଅବତରଣ କରିବା ପରେ ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀଙ୍କ ସମେତ ଦଳୀୟ କର୍ମୀ ଓ ସମର୍ଥକ ମୁଖ୍ୟମନ୍ତ୍ରୀଙ୍କୁ ପାଛୋଟି ନେଇଥିଲେ। ସେଠାରୁ ହାଇଟେକ୍ ବସ୍ରେ ଚଢ଼ି ମୁଖ୍ୟମନ୍ତ୍ରୀ ସମବେତ ଗ୍ରାମବାସୀ ଓ ମହିଳାମାନଙ୍କୁ ସମ୍ବୋଧନ କରି କହିଥିଲେ କି, ମୁଁ ଆପଣମାନଙ୍କ ଗାଁ’କୁ ଆସିଛି ଆପଣମାନେ ଖୁସି ତ, ମୁଁ ବି ବହୁତ ଖୁସି। ଏଠାରୁ ମୁଖ୍ୟମନ୍ତ୍ରୀ ଛପାଲି ଦେଇ ଗରଦପୁର ଯାଏଁ ରୋଡ୍ ସୋ’ କରିବେ। ମଧ୍ୟାହ୍ନ ଭୋଜନ ଲାଗି ସେଠାରେ ଦେଢ଼ ଘଣ୍ଟା ଅଟକିବେ।
ସେଠାରୁ ପାଟକୁରା ଦେଇ ମୁଖ୍ୟମନ୍ତ୍ରୀ ଇଚ୍ଛାପୁରସ୍ଥିତ ବଳଦେବଜୀଉ ମନ୍ଦିର ଦର୍ଶନ କରିବାକୁ ଯିବେ। ତା’ପରେ କେନ୍ଦ୍ରାପଡ଼ା ସହରରେ ପ୍ରବେଶ କରି ସେଠାରୁ ଜଣ୍ଟିଲୋ ଯିବେ ଓ ଆଇ. ବି.ରେ ରାତ୍ରୀ ଯାପନ କରିବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/naveens-raod-show.jpg)