ଶୁକ୍ରବାର ପର୍ଯ୍ୟନ୍ତ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ରହିବେ କୁମାରସ୍ୱାମୀ : ସଦାନନ୍ଦ ଗୌଡା

ବାଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ୱାମୀ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ରହିବେ । ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭ.ସଦାନନ୍ଦ ଗୌଡା । ସେ କହିଛନ୍ତି ଯେ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ କୁମାରସ୍ୱାମୀ ସରକାରର ପତନ ହେବା ସୁନିଶ୍ଚିତ । ଏହା ପରେ ରାଜ୍ୟରେ ଏକ ନୂଆ ସରକାର ଗଠନ ହେବ ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ କର୍ଣ୍ଣାଟକରେ କ୍ଷମତାରେ ଥିବା ଜେଡିଏସ-କଂଗ୍ରେସ ସରକାର ଉପରେ ପୁଣିଥରେ ସଂକଟର କଳାବାଦଲ ଦେଖାଦେଇଛି । ଦୁଇ ଦଳ ମଧ୍ୟରେ ମତଭେଦ ଦିନକୁ ଦିନ ବଢିବାରେ ଲାଗିଛି । ଏହି ବିବାଦ ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଗତକାଲି ନିଜର ଦିଲ୍ଲୀଗ୍ରସ୍ତକୁ ବାତିଲ କରି ସହଯୋଗୀ ଦଳସହ ଆଲୋଚନା କରିଛନ୍ତି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିମଧ୍ୟ ମିଳିତ ସରକାରରେ ଥିବା ମତଭେଦ ତୁଟାଇବାକୁ ରାଜ୍ୟ ପ୍ରଭାରୀ କେସି ଭେନୁଗୋପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ରାଜ୍ୟର ମୋଟ ୨୨୪ ବିଧାନସଭା ଆସନରୁ ବିଜେପି ପାଖରେ ୧୦୪ ବିଧାୟକ ଅଛନ୍ତି। କଂଗ୍ରେସର ୮୦ ଏବଂ ଜେଡିଏସ୍ର ୩୭ ବିଧାୟକ ଥିବା ବେଳେ ବହୁଜନ ସମାଜ ପାର୍ଟି ଏବଂ କେପିଜିପିର ଜଣେ ଲେଖାଏଁ ବିଧାୟକ ଅଛନ୍ତି।

ସମ୍ବନ୍ଧିତ ଖବର