ମାଛ ପ୍ରିୟ ଲାଲୁ ଜ୍ୟୋତିଷଙ୍କ କଥାରେ ୧୫ଦିନ ହେଲା ଶାକାହାରୀ

ନୂଆଦିଲ୍ଲୀ:ରାଷ୍ଟ୍ରୀୟ ଜନତା ଦଳ (ରାଜଦ) ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ମାଛକୁ ଖୁବ୍‌ ଭଲ ପାଆନ୍ତି। ଗତ ୧୫ଦିନ ହେବ ଲାଲୁ ପ୍ରସାଦ ଶାକାହାରୀ ପାଲଟି ଯାଇଥିବା ଶୁଣିବାକୁ ମିଳୁଛି। ସେ ମାଛ,ମାଂସ ଓ ଅଣ୍ଡା କିଛି ବି ଖାଉ ନାହାନ୍ତି।

ଲାଲୁଙ୍କ ପାଖ ଲୋକଙ୍କ କହିବାନୁସାରେ, ଲାଲୁ ଜ୍ୟୋତିଷ ଶଙ୍କର ଚରଣ ତ୍ରିପାଠୀଙ୍କ ପରାମର୍ଶ ପରେ ଶାକାହାରୀ ହୋଇଯାଇଛନ୍ତି। ଜ୍ୟୋତିଷ ତ୍ରିପାଠୀ ଲାଲୁ ପ୍ରସାଦଙ୍କୁ କହିଛନ୍ତି, ମାଂସ ଛାଡି ଦିଅନ୍ତୁ। ତେବେ ଯାଇ ସମସ୍ତ ସମସ୍ୟାରୁ ମୁକ୍ତି ପାଇ ପାରିବେ।

ଲାଲୁ ପ୍ରଭୁ ଶିବଙ୍କ ସମକ୍ଷରେ ମାଂସାହାରୀରୁ ଶାକାହାରୀ ହେବାର ଶପଥ ନେଇଥିଲେ।

ଉଲ୍ଲେଖଯୋଗ୍ୟ, ଲାଲୁ କିଛିବର୍ଷ ପୂର୍ବରୁ ମାଂସ ଖାଇବା ଛାଡ଼ି ଦେଇଥିଲେ। କିନ୍ତୁ ଦିନେ ତାଙ୍କର ମାଛ ଖାଇବା ପ୍ରତି ମନ ବହୁତ ବଳିଥିଲା। ଏହାପରଠାରୁ ସେ ମାଛ ଓ ଅଣ୍ଡା ଖାଇଥିଲେ। କିଛି ଦିନ ତଳେ ପ୍ରଭୁ ଶିବ ଶାକାହାରୀ ହେବା ପାଇଁ ବାରଣ କରୁଛନ୍ତି ବୋଲି ସ୍ୱପ୍ନରେ ଲାଲୁ ଦେଖିଲେ। ଏହାପରେ ସେ ଜ୍ୟୋତିଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ, ଜ୍ୟୋତିଷଙ୍କ ପରାମର୍ଶ କ୍ରମେ ଲାଲୁ ଶାକାହାରୀ ପାଲଟି ଯାଇଛନ୍ତି।

ଆଜକୁ ୧୫ଦିନ ହେବ ସେ ଆମିଷ ତ୍ୟାଗ କରି ସାରିଛନ୍ତି। ଲାଲୁ ମାଛ ନିଜେ ବନାଇ ଖାଇବାକୁ ଭାରି ଭଲ ପାଆନ୍ତି ବୋଲି ତାଙ୍କର ଜଣେ ପାଖ ଲୋକ କହିଥିଲେ।

ସମ୍ବନ୍ଧିତ ଖବର