ବରଗଡ଼: ବରଗଡ଼ ଜିଲ୍ଲା ବିଜେପୁର ବିଧାନସଭା ନିର୍ବାଚନମଣ୍ଡଳିର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ନିଜ ପରିବାରବର୍ଗ ଓ ସମର୍ଥକଙ୍କ ସହିତ ବିଜେଡିରେ ସାମିଲ ହୋଇଛନ୍ତି। ଆଜି ବିଜେଡ଼ି ରାଜ୍ୟ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୧ଟା ବେଳେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଶ୍ରୀମତୀ ସାହୁ ବିଜେଡି ଦଳରେ ସାମିଲ ହୋଇଛନ୍ତି।
ଗତକାଲି ଠାରୁ ଶ୍ରୀମତୀ ସାହୁ ନିଜର ପ୍ରାୟ ୨ ହାର ସମର୍ଥକଙ୍କ ସହିତ ଆସି ଭୁବନେଶ୍ୱରରେ ପହଞ୍ଚିଥିଲେ। ତେବେ ଆଗାମୀ ବିଜେପୁର ବିଧାନସଭା ଉପନିର୍ବାଚନରେ ବିଜେଡି ସ୍ୱର୍ଗତ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ଦଳୀୟ ପ୍ରାର୍ଥୀ କରିବାକୁ ଚାହୁଁଥିବା ଚର୍ଚ୍ଚା ହେଉଛି।
ବିଜେଡି ମିଶିିଲେ ସ୍ୱର୍ଗତ ବିଧାୟକ ସୁବଳ ସାହୁଙ୍କ ପରିବାର
/sambad/media/post_attachments/wp-content/uploads/2017/09/Rita-Sahu_Naveen-Patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)