ପାଟଣା: ଲୋକ ଜନଶକ୍ତି ପାର୍ଟି ନେତା ରାମବିଲାସ ପାସଓ୍ଵାନ ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହୁ ପ୍ରଶଂସା କରିଛନ୍ତି। ଆତଙ୍କବାଦୀଙ୍କ ବିରୋଧରେ ନିଆଯାଇଥିବା ପଦକ୍ଷେପକୁ ନେଇ ପାସସ୍ୱାନ୍ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ମୋଦିଙ୍କ ଛାତି ୫୬ ଇଞ୍ଚ ନୁହେଁ ୧୫୬ ଇଞ୍ଚ’ ଅଟେ ଏହା ପ୍ରମାଣିତ କରି ଦେଇଛନ୍ତି।
ବିହାରର ରାଜଧାନୀ ପାଟଣା ଠାରେ ଅନୁଷ୍ଠିତ ସଂକଳ୍ପ ରାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଏଲଜେପି ମୁଖ୍ୟ ରାମବିଲାସ ପାସଓ୍ଵାନ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି ମୋଦି ଦେଶରେ ୫ ବର୍ଷରେ ଯେଭଳି ବିକାଶ ରାସ୍ତା ଦେଖାଇଛନ୍ତି, ଏହା ଅଦ୍ଭୁତ ଅଟେ। ମୋଦି ସରକାରଙ୍କ ବିକାଶ କାର୍ଯ୍ୟକୁ ପାସଓ୍ଵାନ ଗୋଟି ଗୋଟି କରି ହିସାବ ଦେଇଛନ୍ତି। ସରକାର ଗରିବଙ୍କୁ ଘର, ଗ୍ୟାସ ସଂଯୋଗ, ବିଦ୍ୟୁତ ଆଦି ବ୍ୟବସ୍ଥା କରିଛନ୍ତି। ଏହା ସହଜ କାମ ନୁହେଁ। ପାସଓ୍ଵାନ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ନୀତିଶଙ୍କ ବିହାରକୁ କ୍ରମାଗତ ଭାବରେ ଆଗକୁ ବଢ଼ାଇବା ଦିଗରେ କାମ କରୁଛନ୍ତି।
/sambad/media/post_attachments/wp-content/uploads/2019/03/modi.jpg)
ପାଟଣାର ଐତିହାସିକ ଗାନ୍ଧୀ ପଡ଼ିଆରେ ରବିବାର ଏନଡିଏର ସଂକଳ୍ପ ରାଲି ଆୟୋଜିତ ହୋଇଛି। ଏନଡିଏର ସଂକଳ୍ପ ରାଲିରେ ୧୦ ବର୍ଷ ପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଗୋଟିଏ ମଞ୍ଚରେ ଦେଖାଯାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/03/paswan.jpg)