ସୁରତରେ ବ୍ୟବସାୟୀଙ୍କୁ ଭେଟିଲେ ରାହୁଲ, ଲୋକ କହିଲେ ମୋଦି-ମୋଦି

ଅହମଦାବାଦ: ବିମୁଦ୍ରାକରଣର ପ୍ରଥମ ବାର୍ଷିକୀ ଅବସରରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି ବ୍ୟବସାୟୀଙ୍କ ସମ୍ପର୍କରେ ଜାଣିବା ପାଇଁ ସୁରତ ପହଞ୍ଚିଛନ୍ତି। ରାହୁଲ ଏଠାରେ ବ୍ୟବସାୟୀଙ୍କୁ ଭେଟିବା ସହିତ ବିମୁଦ୍ରାକରଣ ଓ ଜିଏସ୍‌ଟିକୁ ନେଇ ଅନେକ ଅଭିଯୋଗ ଶୁଣିଛନ୍ତି। କିନ୍ତୁ ଏଠାରେ ସେ ଏକ ଭିନ୍ନ ପରିସ୍ଥିତିରେ ପହଞ୍ଚିଛନ୍ତି। ରାହୁଲ ନ୍ୟୁ ଟ୍ୟାକ୍ସଟାଇଲ ମାର୍କେଟରେ ବ୍ୟବସାୟୀଙ୍କୁ ଭେଟିବା ସମୟରେ ଲୋକ ମୋଦି-ମୋଦି ଶ୍ଲୋଗାନ ଦେଉଥିଲେ। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଲୋକଙ୍କ ଭିତରେ ହାତ ଉଠାଇବା ପର୍ଯ୍ୟନ୍ତ ମାମଲା ଯାଇ ପହଞ୍ଚି ଥିଲା।

ରାହୁଲ ଗାନ୍ଧି ସୁରତରେ କପଡ଼ା ଶିଳ୍ପରେ କାମ କରୁଥିବା ଶ୍ରମିକଙ୍କୁ ଭେଟିଛନ୍ତି। ସାକ୍ଷାତ ସମୟରେ ହିତେଶ ଖାନ୍‌ ନାମକ ଜଣେ ବ୍ୟକ୍ତି କହିଛନ୍ତି, ରାହୁଲ ଲୋକଙ୍କ ସମସ୍ୟା ଉପରେ ବୁଝାସୁଝା କରିଛନ୍ତି। ବ୍ୟବସାୟୀମାନେ କହିଛନ୍ତି, ଜିଏସ୍‌ଟି ଲାଗୁହେବା ଦ୍ୱାରା ଆମେ ବହୁତ କ୍ଷତିଗ୍ରସ୍ତ ହୋଇଛୁ।

ସମ୍ବନ୍ଧିତ ଖବର