କଂଗ୍ରେସକୁ ରାମ ମିଳିଗଲେ! ଇନ୍ଦୋରରେ ବିଜେପିକୁ ଭାରି ପଡ଼ିପାରେ ନିର୍ବାଚନ

ଭୋପାଳ: ଆସନ୍ତା ସାଧାରଣ ନିର୍ବାଚନ ପାଇଁ ଦେଶର ରାଜନୀତି ଏବେ ସରଗରମ ହୋଇ ଉଠିଛି। ଏହି ପରିପ୍ରେକ୍ଷୀରେ ଶାସକ ବିଜେପି ଦଳକୁ ଲାଗିଛି ଏକ ଶକ୍ତ ଧକ୍କା। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପ୍ରତିଶ୍ରୁତି ଦେଖାଇ ବିଜେପି ଭୋଟ ସାଉଁଟିବା ମନ୍ତ୍ର ବୁଣୁଥିବା ବେଳେ ଏକ ସମୟରେ ଦେଶର ଘରେ ଘରେ ପରିଚିତ ରାମାନନ୍ଦ ସାଗରଙ୍କ ‘ରାମାୟଣ’ ସିରିୟଲ୍‌ରେ ରାମ ଚରିତ୍ରରେ ଅବତୀର୍ଣ୍ଣ ହୋଇଥିବା ଅରୁଣ ଗୋଭିଲ କଂଗ୍ରେସ ଦଳରେ ମିଶିଛନ୍ତି। ୧୯୮୦ ମସିହାରେ ରାମ ସାଜିଥିବା ଅରୁଣ ଏବେ ବି ଲୋକଙ୍କ ମନରେ ଜଣେ ମର୍ଯ୍ୟାଦା ପୁରୁଷ ଭାବେ ସ୍ଥାନ ପାଉଥିବା ହେତୁ ଏହା ବିଜେପିକୁ ଭାରି ପଡ଼ିପାରେ ବୋଲି ଆଶଙ୍କା କରାଯାଉଛି।

ତେବେ ଆଉ କାହାକୁ ନୁହଁ, ଅରୁଣ ଗୋଭିଲ ବିଜେପିର ଟାଣୁଆ ନେତ୍ରୀ ତଥା ଲୋକସଭାର ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଟକ୍କର ଦେବେ ବୋଲି ସୂଚନା ରହିଛି। କଂଗ୍ରେସ ଦଳର ବଡ଼ ସମର୍ଥକ ଅରୁଣ ଗୋଭିଲ ଇନ୍ଦୋରଠାରେ ପୂରା ନିର୍ବାଚନୀ ଖେଳ ଓଲଟାଇ ଦେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଆପଣଙ୍କ ସୂଚନା ସକାଣେ ଜଣାଇ ଦେଉଛୁ ଯେ, ଇନ୍ଦୋରଠାରେ କଂଗ୍ରେସ ୮ ଥର ଲୋକସଭା ସାଂସଦ ତଥା ବାଚସ୍ପତି ସୁମିତ୍ରା ମହାଜନଙ୍କଠାରୁ ହାରି ସାରିଲାଣି।

ସମ୍ବନ୍ଧିତ ଖବର