ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅହଙ୍କାର ଯୋଗୁ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖା ଦେଇଛି: ଶିବସେନା

ମୁମ୍ବାଇ: ମଧ୍ୟପ୍ରଦେଶରେ ଦେଖାଦେଇଥିବା ରାଜନୈତିକ ସଙ୍କଟକୁ ନେଇ ଶିବସେନା ପକ୍ଷରୁ ବୟାନ୍ ଦିଆଯାଇଛି। ଏଥିରେ କୁହାଯାଇଛି ଯେ ଏହାର କିଛି ପ୍ରଭାବ ମହାରାଷ୍ଟ୍ରରେ ପଡ଼ିବ ନାହିଁ । ଶିବସେନାର ରାଜ୍ୟସଭା ସାଂସଦ ସଂଜୟ ରାଉତ କହିଛନ୍ତି ଯେ, ମଧ୍ୟପ୍ରଦେଶ ଭାଇରସ୍‌ ମହାରାଷ୍ଟ୍ରରେ ପ୍ରବେଶ କରିପାରିବ ନାହିଁ । ଶିବସେନା-କଂଗ୍ରେସ-ଏନସିପି ମେଣ୍ଟ ସରକାର ମହାରାଷ୍ଟ୍ରରେ ବେଶ ଶକ୍ତ । ପୂର୍ବରୁ ଏଠାରେ ଅପରେସନ୍‌ ଲୋଟସ୍‌ ବିଫଳ ହୋଇଛି । ଆମ ସରକାର ବାଇପାସ୍‌ ସର୍ଜରି କରି ମହାରାଷ୍ଟ୍ରକୁ ବଞ୍ଚାଇ ରଖିଛି ।

କିନ୍ତୁ ଶିବସେନା ପକ୍ଷରୁ କୁହାଯାଇଛି ଯେ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଅହଙ୍କାର ଯୋଗୁ ମଧ୍ୟପ୍ରଦେଶରେ ରାଜନୈତିକ ସଙ୍କଟ ଦେଖା ଦେଇଛି। ମଧ୍ୟପ୍ରଦେଶ ଭଳି ରାସ୍ଥାନ.ରେ ବି ପରିସ୍ଥିତି ଉପୁଜିପାରେ ବୋଲି ବି କୁହାଯାଇଛି।

image source-oneindia

ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଇସ୍ତଫା ସମ୍ପର୍କରେ ସେ କହିଛନ୍ତି ଯେ, ଏହା କଂଗ୍ରେସର ଆଭ୍ୟନ୍ତରୀଣ ମାମଲା । ଏଥିରେ ବିଜେପିର କୌଣସି ଭୂମିକା ନାହିଁ। ଏଣୁ ଏହାର ଶ୍ରେୟ ବିଜେପିକୁ ମିଳିବ ନାହିଁ। ତେବେ ସେ ସ୍ୱୀକାର କରିଛନ୍ତି ଯେ, କଂଗ୍ରେସ ସିନ୍ଧିଆଙ୍କୁ ଗୁରୁତ୍ବ ନ ଦେବାରୁ ସେ ଦଳ ଛାଡ଼ିବାର ନିଷ୍ପତ୍ତି ନେଇଛନ୍ତି । ଏସଂପର୍କରେ କଂଗ୍ରେସରେ ବିଚାରମନ୍ଥନ ହେବା ଆବଶ୍ୟକ।

ସଂଜୟ କହିଛନ୍ତି ଯେ, ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କର କଂଗ୍ରେସ ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ ଏବଂ ଏନସିପି ଅଧ୍ୟକ୍ଷ ଶରଦ ପାୱାରଙ୍କ ସହ ବେଶ ଭଲ ସମନ୍ୱୟ ରହିଛି । ତେଣୁ ସରକାର ପ୍ରତି କୌଣସି ବିପଦ ନାହିଁ । କିନ୍ତୁ ବିଜେପି ଯଦି ଏହି ସରକାରକୁ ଅସ୍ଥିର କରିବାକୁ ଚାହେଁ, ତେବେ ସେଥିରେ ସଫଳ ହେବ ନାହିଁ।
ସୂଚନାଯୋଗ୍ୟ, ଶିବସେନା ବିଜେପି ସହିତ ମେଣ୍ଟ କରି ଗତ ବିଧାନସଭା ନିର୍ବାଚନ ଲଢ଼ିଥିଲା। ମାତ୍ର ପରେ କ୍ଷମତା ମୋହରେ ବିଜେପିକୁ ଛାଡ଼ି କଂଗ୍ରେସ ଓ ଏନସିପି ସହ ମିଶି ଶିବସେନା ସରକାର ଗଢ଼ିଥିଲା।

ସମ୍ବନ୍ଧିତ ଖବର