ଭୋପାଳ: ଶିବରାଜ ସିଂହ ଚୌହାଣଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶରେ ପରିଚାଳିତ ଭାରତୀୟ ଜନତା ପାର୍ଟି ସରକାର ଧର୍ମ ବିରୋଧୀ ବୋଲି କମ୍ପ୍ୟୁଟର ବାବା ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଶିବରାଜ ସରକାରଙ୍କ ଧର୍ମ ବିରୋଧୀ ନୀତି ଯୋଗୁଁ ମନ୍ତ୍ରୀପଦରୁ ଇସ୍ତଫା ଦେଇଛି।
ନର୍ମଦାକୁ ସ୍ୱଚ୍ଛ ରଖିବା, ମଠ-ମନ୍ଦିରକୁ ସୁରକ୍ଷିତ ରଖିବା, ବୃକ୍ଷରୋପଣ କରିବା ଓ ନର୍ମଦାରେ ବେଆଇନ ଭାବରେ ହେଉଥିବା ଖନନକୁ ବନ୍ଦ କରିବା ପାଇଁ ମୁଁ ବିଜେପିରେ ଯୋଗ ଦେଇଥିଲି। ମାତ୍ର ୬ ମାସର କାର୍ଯ୍ୟକାଳ ମଧ୍ୟରେ ଶିବରାଜ ଏସବୁ ବିଭାଗ ପ୍ରତି ଦୃଷ୍ଟି ନେଇ ନାହାନ୍ତି। ଏବାବଦରେ ମୁଁ ଯେତେବେଳେ ମୁଖ୍ୟମନ୍ତ୍ରୀଙ୍କୁ ପଚାରିଥିଲି, ସେ କହିଥିଲେ ନିର୍ବାଚନ ସମୟ ପାଖେଇ ଆସିଥିବାରୁ ଏହି ପ୍ରସଙ୍ଗ ଉପରେ ନିଷ୍ପତ୍ତି ନେବା ବର୍ତ୍ତମାନ ପରିପ୍ରେକ୍ଷୀରେ ସହଜ ନୁହେଁ। ଏହା ପରେ ମୁଁ ମନ୍ତ୍ରୀପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଲି ବୋଲି ଏକ ଜାତୀୟ ଗଣମାଧ୍ୟମ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ମହାମଣ୍ଡଳେଶ୍ୱର ଓରଫ କମ୍ପ୍ୟୁଟର ବାବା କହିଛନ୍ତି।
କମ୍ପ୍ୟୁଟର ବାବା କହିଛନ୍ତି, ୧୫ ବର୍ଷ ହେଲା ଶିବରାଜ ସିଂହ ଚୌହାଣ ମଧ୍ୟପ୍ରଦେଶରେ ଶାସନ କରୁଛନ୍ତି। ଚିତ୍ରକୁଟରେ ସନ୍ଥମାନଙ୍କ ୧୦୦ କୁଟୀର ଜବରଦଖଲ ଉଚ୍ଛେଦ କରାଯାଇଛି। ସେଥିପାଇଁ ସନ୍ଥମାନେ ସରକାରଙ୍କ ପ୍ରତି ଅମଙ୍ଗ ହୋଇଛନ୍ତି। ଆମେ ଏବେ ହୃଦୟଙ୍ଗମ କରୁଛୁ ଯେ, ଏହି ସରକାର ଧର୍ମବିରୋଧୀ। ଏହି ସରକାରରେ ଧର୍ମ ବୋଲି ସେମିତି କିଛି ନାହିଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/caomputer.jpeg)