ଖୁବ୍‌ ଶୀଘ୍ର ମହାରାଷ୍ଟ୍ର ପାଇବ ଶିବସେନା ମୁଖ୍ୟମନ୍ତ୍ରୀ: ପ୍ରାର୍ଥୀପତ୍ର ଦାଖଲ ପରେ କହିଲେ ଆଦିତ୍ୟ ଥାକ୍‌ରେ

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନିମନ୍ତେ ଗୁରୁବାର ଦିନ ଆଦିତ୍ୟ ଥାକ୍‌ରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ହେଉଛନ୍ତି ଥାକ୍‌ରେ ପରିବାରର ପ୍ରଥମ ବ୍ୟକ୍ତି ଯେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯିବା ବାଟରେ ଆଦିତ୍ୟ କହିଲେ ଖୁବ୍‌ ଶୀଘ୍ର ମହାରାଷ୍ଟ୍ର ଶିବସେନା ମୁଖ୍ୟମନ୍ତ୍ରୀ ପାଇବ।

ଓ୍ଵର୍ଲି ମୁମ୍ବାଇ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯାଉଥିବା ଆଦିତ୍ୟ ଥାକ୍‌ରେ ଗଣମାଧ୍ୟମକୁ କହିଛନ୍ତି ଆମର ଖୁବ୍‌ ଶୀଘ୍ର ଜଣେ ଶିବସେନା ମୁଖ୍ୟମନ୍ତ୍ରୀ ହେବେ। ବର୍ତ୍ତମାନ ପାଇଁ ଲୋକେ ଯେମିତି ଚାହିଁବେ ମୁଁ ସେହି ଅନୁସାରେ ରାଜ୍ୟର ସେବା କରିବି।

Image Source: Hindustan Times

ଶିବସେନା ମୁଖ୍ୟ ଉଦ୍ଧବ ଥାକ୍‌ରେଙ୍କ ୨୭ ବର୍ଷିୟ ବଡ଼ପୁଅ ହେଉଛନ୍ତି ଥାକ୍‌ରେ ପରିବାରର ପ୍ରଥମ ବ୍ୟକ୍ତି ଯେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି।
ଆଦିତ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯିବା ଅବସରରେ ଶିବସେନା ମୁମ୍ବାଇର କେନ୍ଦ୍ରସ୍ଥଳରେ ଗୋଟାଏ ବିଶାଳ ରାଲିର ଆୟୋଜନ କରିଥିଲା। ଗୈରିକ ବସ୍ତ୍ର ପରିଧାନ କରିଥିବା ବହୁସଂଖ୍ୟକ ଶିବସେନା କର୍ମୀ ରାସ୍ତାରେ ନୃତ୍ୟ କରୁଥିବା ଦେଖାଯାଇଥିଲା।

ସମର୍ଥକ ଓ କର୍ମୀମାନେ ଫୁଲପାଖୁଡ଼ା ବୃଷ୍ଟି କରୁଥିବା ବେଳେ ଖୋଲା ଜିପ୍‌ରେ ବସି ଆଦିତ୍ୟ ପ୍ରାର୍ଥୀପତ୍ର ଦାଖଲ କରିବାକୁ ଯାଇଥିଲେ।

ସମ୍ବନ୍ଧିତ ଖବର