ଲାଲକିଲ୍ଲାରୁ ମିଛ କୁହନ୍ତି ପ୍ରଧାନମନ୍ତ୍ରୀ ମୋଦି, ଏହା ବାପୁଜୀଙ୍କ ପାଇଁ ଅପମାନ: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ, ମୁଁ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ହିନ୍ଦୁସ୍ତାନ ଶୋଇଥିଲା, ମୁଁ ପ୍ରଧାନମନ୍ତ୍ରୀ ହେବା ପରେ ହିନ୍ଦୁସ୍ତାନ ଜାଗ୍ରତ ହୋଇ ଉଠିଛି। ଏହା ତାଙ୍କର ଶବ୍ଦ ଥିଲା ବୋଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମଙ୍ଗଳବାର କହିଛନ୍ତି। ଗାନ୍ଧୀ ଜୟନ୍ତୀ ଅବସରରେ ତାଙ୍କ କର୍ମଭୂମି ମହାରାଷ୍ଟ୍ରର ଓ୍ଵାର୍ଧା ନିକଟସ୍ଥ ସେବାଗ୍ରାମରେ ରାହୁଲ କହିଛନ୍ତି, ମୋଦି ଜାତିର ପିତା ମହାତ୍ମା ଗାନ୍ଧିଙ୍କୁ ଅପମାନ କରିଛନ୍ତି। ସେ ଲାଲ କିଲ୍ଲାରୁ ସମସ୍ତଙ୍କୁ ଅପମାନ କରିଛନ୍ତି।

କଂଗ୍ରେସର କାର୍ଯ୍ୟକାରୀ କମିଟି ବୈଠକ ପରେ ଓ୍ଵାର୍ଧାରେ ସଂକଳ୍ପ ର‍୍ୟାଲି ଅନୁଷ୍ଠିତ ହୋଇଯାଇଛି। ଏହି ର‍୍ୟାଲିରେ ୟୁପିଏ ଅଧ୍ୟକ୍ଷା ସୋନିଆ ଗାନ୍ଧି, ପୂର୍ବତନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାହୁଲ ଗାନ୍ଧି ସମେତ ଦଳର ଅନ୍ୟ ବରିଷ୍ଠ ନେତା ଉପସ୍ଥିତ ଥିଲେ। ର‍୍ୟାଲିରେ ରାହୁଲ ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଫେଲ ଠାରୁ ଆରମ୍ଭ କରି ନିଯୁକ୍ତି ପର୍ଯ୍ୟନ୍ତ ଆକ୍ରମଣ କରିଥିଲେ।

ଫ୍ରାନ୍ସର ରାଷ୍ଟ୍ରପତି କହିଥିଲେ, ମୋତେ ନରେନ୍ଦ୍ର ମୋଦି ଅନିଲ ଅମ୍ବାନୀଙ୍କ ସଂପର୍କରେ କହିଥିଲେ। ରାହୁଲ ପୁଣି ଥରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି, ସେ କ’ଣ ୫୨୬ କୋଟି ରାଫେଲ ୧୬୦୦ କୋଟି ଟଙ୍କାରେ କିଣିଥିଲେ। ରାହୁଲ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଦେଶର ଆଖି ସହିତ ଆଖିକୁ ଯୋଡ଼ି ପାରୁ ନାହାନ୍ତି। କାରଣ ସେ ମିଛ କହିଛନ୍ତି। ରାହୁଲ କହିଛନ୍ତି, ମୋଦି ଦେଶର ୧୫-୨୦ ସବୁଠାରୁ ବଡ଼ ଧନୀଙ୍କୁ ଋଣ ଛାଡ କରିପାରିବେ କିନ୍ତୁ ଗରିବ ଚାଷୀଙ୍କ ଋଣ ଛାଡ କରିପାରିବେ ନାହିଁ। ବିମୁଦ୍ରାକରଣ ସମୟରେ ଲୋକେ ଯେତେବେଳେ ମୁଁ ଲାଇନରେ ଛିଡା ହୋଇଥିଲି, ସେହି ସମୟରେ ଏହି ଧନୀ ଶ୍ରେଣୀର ଲୋକେ ବ୍ୟାଙ୍କ ପଛ ପଟରୁ କବାଟ ଖୋଲି ସବୁ ଟଙ୍କା ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର