ମଦନାପୁର: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ‘ଦୁର୍ଗା’ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ମହିଷାସୁର’ ଭାବେ ପ୍ରଦର୍ଶନ କରାଯାଇଥିବା ‘ତୃଣମୂଳ କଂଗ୍ରେସ’ର ଗୋଟାଏ ପୋଷ୍ଟର୍ ଏବେ ରାଜ୍ୟରେ ବିବାଦ ସୃଷ୍ଟି କରିଛି।
ଏହାକୁ ପ୍ରଧାନମନ୍ତ୍ରୀ ଏବଂ ସନାତନ ଧର୍ମ ପ୍ରତି ଅପମାନ ଦର୍ଶାଇ ଜଣେ ‘ବିଜେପି’ ନେତା କହିଛନ୍ତି ଦଳ ଏ ପ୍ରସଙ୍ଗ ନେଇ ନିର୍ବାଚନ କମିସନ୍ରେ ଫେରାଦ ହେବ।
/sambad/media/post_attachments/wp-content/uploads/2022/02/poster.jpg)
ପଶ୍ଚିମବଙ୍ଗର ମଦନାପୁର ଜିଲ୍ଲାରେ ଉକ୍ତ ପୋଷ୍ଟର୍ଟି ଲଗାଯାଇଥିଲା। ଉକ୍ତ ଜିଲ୍ଲାର ୧ ନମ୍ବର ୱାର୍ଡରେ ପ୍ରାର୍ଥୀ ହେଉଛନ୍ତି ଅନିମା ଶାହା। ସେ କହିଛନ୍ତି, ଏ ପୋଷ୍ଟର୍ କିଏ ଲଗାଇଛି ମୁଁ ଜାଣେନି। ଏଇଟା ଭଲ କାମ ନୁହେଁ। ଯଦି ମୁଁ ଏ ଭଳି ପୋଷ୍ଟର୍ କଥା ଜାଣିଥାଆନ୍ତି, ସେଗୁଡ଼ିକୁ ଲଗାଇବାକୁ ଅନୁମତି ଦେଇ ନ ଥାନ୍ତି।
/sambad/media/post_attachments/wp-content/uploads/2022/02/mb-1.jpg)
ଏହି ପୋଷ୍ଟର୍ରେ ମମତା ବାନାର୍ଜୀଙ୍କୁ ଦେବୀ ଦୁର୍ଗା ଭାବେ ଚିତ୍ରଣ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମହିଷାସୁର ଭାବେ ଚିତ୍ରିତ କରାଯାଇଛି।
ଏହାଛଡ଼ା, ଉକ୍ତ ପୋଷ୍ଟର୍ରେ ବିରୋଧୀ ଦଳଙ୍କୁ ଛାଗଳ (ଛେଳି) ଭାବେ ଚିତ୍ରଣ କରାଯିବା ସହ ଲେଖା ଯାଇଛି: ଯଦି କେହି ସେମାନଙ୍କୁ (ବିରୋଧୀ) ଭୋଟ୍ ଦିଅନ୍ତି, ସେମାନଙ୍କୁ (ଭୋଟ୍ଦାତା) ବଳି ଦିଆଯିବ।
ଏହି ପୋଷ୍ଟର୍ ଯୋଗୁଁ ମଦନାପୁରରେ ବିବାଦ ସୃଷ୍ଟି ହୋଇଛି। ସ୍ଥାନୀୟ ‘ବିଜେପି’ ନେତା ବିପୁଳ ଆଚାର୍ଯ୍ୟ କହିଛନ୍ତି ଯେ, ନେତାମାନଙ୍କୁ ଦିଅଁ ଭାବେ ଚିତ୍ରିତ କରିବା ସନାତନ ଧର୍ମ ପ୍ରତି ଅପମାନ। ଏହା ଆମ ପ୍ରଧାନମନ୍ତ୍ରୀ ଏବଂ ଗୃହମନ୍ତ୍ରୀଙ୍କ ପ୍ରତି ମଧ୍ୟ ଅପମାନ।
ସୂଚନାଯୋଗ୍ୟ, ଫେବ୍ରୁଆରି ୨୮ ତାରିଖ ଦିନ ୧୦୮ ପୌରାଞ୍ଚଳରେ ଭୋଟ୍ ଗ୍ରହଣ କରାଯିବ।