ଇଣ୍ଟର୍‌ନେଟ୍‌ରେ ଛାଇଲା ମମତାଙ୍କ ଏହି ଫଟୋ, ବିଜେପି ବିରୋଧୀ ରାଲିରେ ହାତରେ ବାଢ଼ି ଖୁଆଇଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କର ଇଣ୍ଟର୍‌ନେଟ୍‌ରେ ଦେଖିବାକୁ ମିଳୁଛି ଏକ ହୃଦୟସ୍ପର୍ଶୀ ଫଟୋ। ଫଟୋଟିରେ ଦେଖିବାକୁ ମିଳିଛି ଯେ ମମତା କୋଲକାତାର ବ୍ରିଜ୍‌ ପରେଡ୍‌ ଗ୍ରାଉଣ୍ଡ୍‌ରେ ହେଉଥିବା ‘ୟୁନାଇଟେଡ୍‌ ଇଣ୍ଡିଆ’ ରାଲିରେ ରାଜନେତା ଓ ଆଞ୍ଚଳିକ ଦଳୀୟ ମୁଖ୍ୟମାନଙ୍କୁ ଖାଦ୍ୟ ପରଷୁଛନ୍ତି। ସେ ହାର୍ଦ୍ଦିକ ପଟେଲ, ଜିଗ୍‌ନେସ୍‌ ମେଭାନି, ତେଜସ୍ୱୀ ଯାଦବ, ଶତ୍ରୁଘ୍ନ ଶିହ୍ନା, ଚନ୍ଦ୍ରବାବୁ ନାଇଡୁ, ଏମ୍‌କେ ଷ୍ଟଲିନ୍‌, ଶରଦ ପାଓ୍ଵାର ଏବଂ ଶରଦ ଯାଦବଙ୍କୁ ଖାଦ୍ୟ ପରଷୁଥିବାର ଦେଖିବାକୁ ମିଳିଛି।

ଏହି ଫଟୋଟି ଏବେ ବିଭିନ୍ନ ସୋସିଆଲ୍‌ ମିିଡିଆ ସାଇଟ୍‌ରେ ଭାଇରାଲ୍‌ ହେବାରେ ଲାଗିଛି। ଗତ ୧୯ ତାରିଖରେ ତୃଣମୂଳ କଂଗ୍ରେସ ସୁପ୍ରିମୋ ତଥା ପଶ୍ଚିମବଙ୍କ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ କୋଲକାତାର ବ୍ରିଜ୍‌ ପରେଡ୍‌ ଗ୍ରାଉଣ୍ଡ୍‌ରେ ଏକ ବିଶାଳ ବିଜେପି ବିରୋଧୀ ରାଲି ଆୟୋଜିତ ହୋଇଥିଲା। ଇଣ୍ଟରନେଟ୍‌ରେ ବୁଲୁଥିବା ଏହି ଫଟୋଟି ସେହିଦିନର।

 

ଲୋକସଭା ନିର୍ବାଚନ ପୂର୍ବରୁ ଆୟୋଜି ହୋଇଥିବା ଏହି ଆଣ୍ଟି-ବିଜେପି ରାଲିରେ କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଅନେକ ରାଜନେତା ଯୋଗଦାନ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସିତ ଏନ୍‌ଡିଏ ସରକାରକୁ ହଟାଇବା ଥିଲା ରାଲିର ମୂଳ ଲକ୍ଷ୍ୟ।

ଅଖିଳେଶ ଯାଦବ, ଶରଦ ପାଓ୍ଵାର, ଏଚ୍‌ଡି ଦେବେଗୌଡା, ଅରବିନ୍ଦ କେଜ୍ରିଓ୍ଵାଲ୍‌, ଏଚ୍‌ଡି କୁମାରସ୍ୱାମୀ, ଚନ୍ଦ୍ରବାବୁ ନାଇଡୁ, ତେଜସ୍ୱୀ ଯାଦବ, ଫାରୁକ୍‌ ଅବ୍‌ଦୁଲା, ଓମାର ଅବ୍‌ଦୁଲା, ଶତିଶ ମିଶ୍ର, ଅଜିତ ସିଂହ, ଜୟନ୍ତ ଚୌଧୁରୀ, ହେମନ୍ତ ସରେନ, ଜିଗ୍‌ନେସ୍‌ ମେଭାନି, ହାର୍ଦ୍ଦିକ ପଟେଲଙ୍କ ସହ ଆହୁରି ଅନେକ ରାଜନେତା ଏହି ରାଲିରେ ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର