କୋଲ୍‌କାତା: ମା, ମାଟି, ମାନୁଷ୍‌ ଛାଡ଼ି ‘ତୃଣମୂଳ କଂଗ୍ରେସ’ର ସାଧାରଣ ସଭାରେ ମମତା ଖାଲି ତାଙ୍କରି ନାମ ଜପୁଛନ୍ତି ବୋଲି ଆଜି ବର୍ଦ୍ଧମାନରେ ଆୟୋଜିତ ‘ଭାରତୀୟ ଜନତା ପାର୍ଟି’ର ଏକ ନିର୍ବାଚନୀ ରାଲିରେ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

Advertisment

୨୦୧୬ ନିର୍ବାଚନ ପରଠାରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କ ଦଳର ଉପରୋକ୍ତ ନୀତିବାକ୍ୟ ଭୁଲି ଯାଇଛନ୍ତି।

publive-image Image Courtesy of India Today

ଦିନକୁ ଦିନ ଦିଦି ଅଧିକ କ୍ରୋଧାନ୍ଵିତ ହେଉଛନ୍ତି। ସେ କାହିଁକି ରାଗୁଛନ୍ତି ମୁଁ କହୁଛି। ଏହାର କାରଣ ହେଲା ଯେଉଁ ସବୁ ଅଞ୍ଚଳରେ ନିର୍ବାଚନ ଶେଷ ହୋଇଯାଇଛି, ସେ ସବୁ ଆସନରୁ ଆପଣମାନେ ‘ତୃଣମୂଳ କଂଗ୍ରେସ’କୁ ବିତାଡ଼ିତ କରିଛନ୍ତି। ନନ୍ଦିଗ୍ରାମରୁ ମଧ୍ୟ ସେ ‘କ୍ଲିନ୍‌ ବୋଲ୍‌ଡ୍‌’ ହୋଇଛନ୍ତି।

publive-image Image Courtesy of Business Standard

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି ମଧ୍ୟ କହିଛନ୍ତି, ଦଳର ପରବର୍ତ୍ତୀ କ୍ୟାପ୍‌ଟେନ୍‌ଙ୍କ ବିଷୟରେ ମଧ୍ୟ ମମତା ବାନାର୍ଜୀ ଚିନ୍ତିତ ଅଛନ୍ତି। କିନ୍ତୁ, ବଙ୍ଗବାସୀ ତାଙ୍କ ‘ଖେଳ’ ବୁଝିସାରିଛନ୍ତି।

ରାଲି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଅଭିଯୋଗ କରିଛନ୍ତି ଯେ, ଭୋଟ୍‌ ଗ୍ରହଣ ସମୟରେ କେନ୍ଦ୍ରୀୟ ବଳକୁ ଆକ୍ରମଣ କରିବା ଲାଗି ତାଙ୍କ କର୍ମୀମାନଙ୍କୁ କହି ମମତା ବାନାର୍ଜୀ ବଙ୍ଗକୁ ଅସମ୍ମାନିତ କରିଛନ୍ତି।

ସେ କହିଛନ୍ତି, କେନ୍ଦ୍ରୀୟ ବଳ ବିରୋଧରେ ଦିଦି ତାଙ୍କର କର୍ମୀମାନଙ୍କୁ ଉସ୍କାଉଛନ୍ତି। ଏମିତି କରନ୍ତୁ ନାହିଁ। ଯଦି ଆପଣ ରାଗୁଛନ୍ତି, ମୋ ଉପରେ ରାଗନ୍ତୁ, କିନ୍ତୁ ନିଜର କାର୍ଯ୍ୟଧାରାରେ ବଙ୍ଗକୁ ଅସମ୍ମାନ କରନ୍ତୁ ନାହିଁ।