ଦଳର ବିଶ୍ୱାସଘାତକଙ୍କୁ ଖୋଜୁଛନ୍ତି ମମତା ବାନାର୍ଜୀ

କୋଲକତା : ନିକଟରେ ସମାପ୍ତ ହୋଇଥିବା ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି ୧୮ଟି ଆସନ ପାଇଛି ଓ ଶାସନରେ ଥିବା ତୃଣମୂଳ ୨୩ଟି ଆସନ ପାଇଛି । ରାଜ୍ୟରେ ଏହାକୁ ବିଜେପିର ଐତିହାସିକ ସଫଳତା ବୋଲି କୁହାଯାଉଛି ।

କିନ୍ତୁ ଏହା ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜିଙ୍କ ନିଦ ହଜେଇ ଦେଇଛି । ତାଙ୍କ ଚିନ୍ତାର କାରଣ ହେଉଛି ଯେ ବିଜେପି ରାଜ୍ୟର ପ୍ରାୟ ୧୨୯ଟି ବିଧାନସଭା କ୍ଷେତ୍ରରେ ଆଗେଇଥିଲା ଓ ଆଉ ୬୦ ଟି ଆସନରେ ମାତ୍ର ୪୦୦୦ କିମ୍ବା ତାଠାରୁ କମ ଭୋଟରେ ପଛେଇଥିଲା । ଏହା ୨୦୨୧ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ମମତାଙ୍କ ଚିନ୍ତା ବଢେଇଦେଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ତାଙ୍କ ନିଜ ଦଳର କେତେକ ନେତା ଅନ୍ତର୍ଘାତୀ କାର୍ଯ୍ୟ କରିଥିବା ସେ ସଂଦେହ କରୁଛନ୍ତି । ଏଣୁ ସେ ଏକ ଜରୁରୀ ବୈଠକ ଡକାଇ ଜିଲ୍ଲା ଓ ବ୍ଲକ ସ୍ତରୀୟ ଏହି ନେତାମାନଙ୍କୁ ଖୋଜି ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନେତାଂମାନେ ସିପିଆଇ(ଏମ) ଭୋଟକୁ ବିଜେପିକୁ ଯିବାରେ ବ୍ୟବସ୍ଥା କରିଥିଲେ । ଏମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟର ଜଙ୍ଗଲ ମହଲ ଓ ଉତ୍ତରାଞ୍ଚଳରେ ସାଧାରଣ ଓ ଗରିବ ଲୋକେ ବିଜେପିକୁ ଭୋଟ ଦେଇଥିବା ଦଳ ଜାଣିବାକୁ ଚାହିଁଛି ।

ସମ୍ବନ୍ଧିତ ଖବର