ସମର୍ଥନ ପାଇଁ କେନ୍ଦ୍ର ବିରୋଧୀଙ୍କୁ ଧନ୍ୟବାଦ ଜଣାଇଲେ ମମତା ବାନାର୍ଜୀ

ଲକ୍ଷ୍ନୌ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମର୍ଥନରେ ବହୁଜନ ସମାଜବାଦୀ ପାର୍ଟି ମୁଖ୍ୟ ମାୟାବତୀ, ଏସ ପି ମୁଖ୍ୟ ଅଖିଳେଶ ଯାଦବ, କଂଗ୍ରେସ ଏବଂ ଟିଡିପି ସୁପ୍ରିମୋ ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ବାହାରିଲେ | ମାୟାବତୀ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବିଜେପି ଅଧ୍ୟକ୍ଷ ଅମିତ ଶାହା ଓ ବିଜେପି ନେତାମାନେ ମମତାଙ୍କୁ ଟାର୍ଗେଟ କରୁଛନ୍ତି | ଯୋଜନାବଦ୍ଧ ଭାବେ ମମତାଙ୍କୁ ବିରୋଧ କରାଯାଉଛି ବୋଲି ମାୟା କହିଛନ୍ତି | ଏହା ଦେଶ ପାଇଁ ବିପଦଜନକ ବୋଲି ମାୟା କହିଛନ୍ତି| ସେହିପରି ନିର୍ବାଚନ କମିଶନଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି | ମାୟା ଆଜି ରାତ୍ରି ୧୦ଟାରୁ ନିର୍ବାଚନ ପ୍ରଚାର କରାଯାଇପାରିବ ନାହିଁ ବୋଲି କମିଶନଙ୍କ ନିର୍ଦ୍ଦେଶକୁ ନାପସନ୍ଦ କରିଛନ୍ତି |

ସେ କହିଛନ୍ତି ଆଜି ମୋଦିଙ୍କର ଦୁଇଟି ରାଲି ରହିଛି ଯଦି ନିଷିଦ୍ଧ କରିବାର ଥିଲା ତେବେ ଆଜି ସକାଳୁ କାହିଁକି କରାଗଲା ନାହିଁ ବୋଲି ମାୟା ପ୍ରଶ୍ନ କରିଛନ୍ତି | ଆଉ ନିର୍ବାଚନ କମିଶନ ଚାପରେ ପଡି ଏଭଳି ନିଷ୍ପତି ନେଉଥିବାର ଆରୋପ ଲଗାଇଛନ୍ତି | ତାଙ୍କୁ ସମର୍ଥନ କରିଥିବାରୁ ମମତା ବିଏସପି ମୁଖ୍ୟ ମାୟାବତୀ, ଅଖିଳେଶ ଯାଦବ, କଂଗ୍ରେସ, ଏନ.ଚନ୍ଦ୍ରବାବୁ ନାଇଡୁଙ୍କୁ ଧନ୍ୟବାଦ ଜଣାଇଛନ୍ତି|

ଏଠାରେ ସୂଚନାଥାଉ କି ପଶ୍ଚିମବଙ୍ଗରେ ଅମିତ ଶାହଙ୍କ ରୋଡ଼ ସୋ ବେଳେ ହିଂସାକାଣ୍ଡକୁ ନେଇ ନିର୍ବାଚନ କମିଶନ କଠୋର ପଦକ୍ଷେପ ନେଇଛନ୍ତି | ୩୨୪ ଧାରା ଲାଗୁ କରି ଆଜି ରାତି ୧୦ଟାରୁ ନିର୍ବାଚନ ପ୍ରଚାର କରିହେବ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି କରିଥିଲେ | ଏହାକୁ ନେଇ ମମତା ମଧ୍ୟ ନିର୍ବାଚନ କମିଶନଙ୍କୁ ଟାର୍ଗେଟ କରିଥିଲେ | ଏହା ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଓ ଅପ୍ରତ୍ୟାଶିତ ବୋଲି ମମତା କହିଥିଲେ|

ସମ୍ବନ୍ଧିତ ଖବର