କଂଗ୍ରେସ ସଭ୍ୟ ପଦରୁ ମଣିଶଙ୍କର ନିଲମ୍ବିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ବରିଷ୍ଠ କଂଗ୍ରେସ ନେତା ମଣିଶଙ୍କର ଆୟରଙ୍କୁ ମହଙ୍ଗା ପଡ଼ିଛି। ତାଙ୍କୁ ଏଥିଲାଗି କଂଗ୍ରେସ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯିବା ସହ ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଛି। ଆୟରଙ୍କ ମନ୍ତବ୍ୟକୁ ଖୋଦ୍‌ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ବି ଗ୍ରହଣ କରିପାରିନାହାନ୍ତି। ଏଭଳି ମନ୍ତବ୍ୟ ଦଳର ନୀତିବିରୁଦ୍ଧ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର