ରାହୁଲ ଗାନ୍ଧିଙ୍କୁ ଝଟକା ଦେଲେ ମାୟାବତୀ, ଛତିଶଗଡ଼ରେ ଯୋଗୀଙ୍କ ନୂଆ ଦଳ ସହିତ କଲେ ମେଣ୍ଟ

ନୂଆଦିଲ୍ଲୀ: ଛତିଶଗଡ଼ରେ ପ୍ରାୟ ଦେଢ଼ ଦଶନ୍ଧି ଧରି ବିଜେପି କ୍ଷମତାର ଆସନରେ ବସିଛି ଓ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟ ହୋଇ କ୍ଷତମା ଜାରି ରଖିବାକୁ ଉଦ୍ୟମ କରୁଛି। ଛତିଶଗଡ଼ରେ କଂଗ୍ରେସ କ୍ଷମତାକୁ ଫେରିବା ପାଇଁ ସଂଘର୍ଷ କରୁଛି। ଏହାରି ଭିତରେ ନୂଆ ରାଜନୀତି ସମୀକରଣ ଦେଖାଯାଇଛି। ବହୁଜନ ସମାଜ ପାର୍ଟି ସୁପ୍ରିମୋ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଝଟକା ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ନବ ଗଠିତ ଦଳ ସହିତ ମେଣ୍ଟ କରିଛନ୍ତି।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଝଟକା ଦେବା ପରେ ମାୟାବତୀ ଯୋଗୀଙ୍କ ସହିତ ମେଣ୍ଟ କରି ବିଜେପି ବିରୋଧରେ ଛତିଶଗଡ଼ରେ ନିର୍ବାଚନ ଲଢ଼ିବେ। ମାୟାବତୀ ମଧ୍ୟପ୍ରଦେଶରେ ଏକାକୀ ନିର୍ବାଚନ ଲଢ଼ି ପାରନ୍ତି। ମାୟାବତୀଙ୍କ ମେଣ୍ଟ ନିର୍ବାଚନ ଜିତିଲେ ଅଜିତ ଯୋଗୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି।

ଏହା ପୂର୍ବରୁ ଆଶା କରାଯାଉଥିଲା ଯେ, ବିଏସ୍‌ପି ଓ କଂଗ୍ରେସ ମଧ୍ୟରେ ଛତିଶଗଡ଼ରେ ମେଣ୍ଟ ହୋଇପାରେ। ପୂର୍ବରୁ ରାଜ୍ୟର ୯୦ଟି ଆସନରେ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତି କରିଥିଲେ। ରାଜ୍ୟ କଂଗ୍ରେସ ସଭାପତି ଭୂପେଶ ବଘେଲ ବିଏସ୍‌ପି ସହିତ ମେଣ୍ଟ କରିବାକୁ ଉଦ୍ୟମ କରିଥିଲେ।

ସମ୍ବନ୍ଧିତ ଖବର