ନିର୍ବାଚନ ପୂର୍ବରୁ ସ୍ପଷ୍ଟ କଲେ ମାୟାବତୀ : କଂଗ୍ରେସ ସହ ମେଣ୍ଟ କରିବନି ବହୁଜନ ସମାଜବାଦୀ ପାର୍ଟି

ନୂଆଦିଲ୍ଲୀ: ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମାୟାବତୀ  ଆଜି ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ଦଳ କଂଗ୍ରେସ ସହ ମେଣ୍ଟ କରିବ ନାହିଁ । ଉତ୍ତରପ୍ରଦେଶରେ କଂଗ୍ରେସ ସହ ମେଣ୍ଟ ହେବନାହିଁ । କେବଳ ୟୁପିରେ ନୁହେଁ ସାରା ଦେଶରେ କୌଣସି ବି ସ୍ଥାନରେ କଂଗ୍ରେସ ସହ ମେଣ୍ଟ କରିବ ନାହିଁ ବସପା । ସେ କହିଛନ୍ତି ସମାଜବାଦୀ ପାର୍ଟି(ସପା)-ବସପା ମେଣ୍ଟ ଉତ୍ତରପ୍ରଦେଶରେ ବିଜେପିକୁ ହରାଇବା ପାଇଁ ଯଥେଷ୍ଟ ।

ଲକ୍ଷ୍ନୌରେ ବିଏସପିର ଅଖିଳ ଭାରତୀୟ ବୈଠକରେ ଲୋକସଭା ନିର୍ବାଚନ ପ୍ରସ୍ତୁତି ଓ ଆଶାୟୀ ପ୍ରାର୍ଥୀଙ୍କ ତାଲିକା ବିଷୟରେ ଚର୍ଚ୍ଚା ଭିତରେ ଏକଥା ଘୋଷଣା ହୋଇଛି  ମାୟାବତୀ । ବସପା କୌଣସି ବି ରାଜ୍ୟରେ କଂଗ୍ରେସ ସହ ନିର୍ବାଚନୀ ବୁଝାମଣା କରିବ ନାହିଁ ବୋଲି ବୋଲି ସ୍ପଷ୍ଟ କରିଛନ୍ତି ସେ।

ସୂଚନାଯୋଗ୍ୟ ୟୁପିରେ ଆଗାମୀ ନିର୍ବାଚନ ପରିପ୍ରେକ୍ଷୀରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି(ସପା) ଏବଂ ମାୟାବତୀଙ୍କ ବହୁଜନ ସମାଜ ପାର୍ଟି(ବସପା) ମଧ୍ୟରେ ଆଗରୁ ଉତ୍ତରପ୍ରଦେଶ ପାଇଁ ମେଣ୍ଟ ଏବଂ ଆସନ ବୁଝାମଣା ଘୋଷଣା କରିସାରିଛନ୍ତି । ତେବେ ଅଖିଲେଶ ଯାଦବ ପୂର୍ବରୁ କହୁଥିଲେ କଂଗ୍ରେସ ମଧ୍ୟ ଏହି ମେଣ୍ଟର ଅଂଶୀଦାର । ତେବେ ମାୟାବତୀଙ୍କ ତାଜା ନିଷ୍ପତ୍ତି ପରେ ସ୍ଥିତି ସ୍ପଷ୍ଟ ହୋଇଯାଇଛି । ତେବେ ବସପାର ଏହି ନିଷ୍ପତ୍ତିରେ ଯେଉଁ ଯେଉଁ ସ୍ଥାନରେ ତ୍ରୀକୋଣୀୟ ମୁକାବିଲା ହେବ ସେଠାରେ ଭାରତୀୟ ଜନତା ପାର୍ଟିକୁ ଫାଇଦା ମିଳବ ।

ମୋଦି ଓ ଭାଜପାଙ୍କୁ ରୋକିବା ପାଇଁ ମହାମେଣ୍ଟ ପାଇଁ କରିବା ପାଇଁ ଚେଷ୍ଟା କରାଯାଉଛି । ତେବେ ମାୟାବତୀଙ୍କ ଏହି ଘୋଷଣା ପରେ ମହାମେଣ୍ଟ ସମ୍ଭାବନାକୁ ଶକ୍ତ ଝଟକା ଲାଗିଛି ।

ସମ୍ବନ୍ଧିତ ଖବର