ନୂଆଦିଲ୍ଲୀ: କଂଗ୍ରେସର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ‘ବିଦେଶୀ’ କହିବା ମହୁଜନ ସମାଜପାର୍ଟିର ନବନିଯୁକ୍ତ ଜାତୀୟ ଉପସଭାପତି ଜୟପ୍ରକାଶ ସିଂହଙ୍କୁ ମହଙ୍ଗା ପଡ଼ିଛି। ଶ୍ରୀ ସିଂହଙ୍କୁ ବହୁଜନ ସମାଜପାର୍ଟିର ମୁଖ୍ୟ ମାୟାବତୀ ତାଙ୍କ ପଦବୀରୁ ବହିଷ୍କାର କରିଛନ୍ତି।
/sambad/media/post_attachments/wp-content/uploads/2018/07/rahul-g-1-300x181.jpg)
ସୂଚନାଯୋଗ୍ୟ ଯେ ଲକ୍ଷ୍ନୋ ଠାରେ ଦଳୀୟ କର୍ମୀମାନଙ୍କୁ ଉଦ୍ବୋଧନ ଦେଇ ଶ୍ରୀ ସିଂହ କହିଥିଲେ ଯେ ରାହୁଲ ଗାନ୍ଧୀ ତାଙ୍କ ବାପା ରାଜୀବ ଗାନ୍ଧୀଙ୍କ ପରି ହୋଇ ପାରିବେ ନାହିଁ । ରାହୁଲ ତାଙ୍କ ମା ସୋନିଆ ଗାନ୍ଧୀ( ଯିିଏ ମୂଳତଃ ଜଣେ ବିଦେଶିନୀ)ଙ୍କ ପଦାଙ୍କ ଅନୁସରଣ କରୁଛନ୍ତି। ତେଣୁ ତାଙ୍କ ଦେହରେ ପ୍ରବାହିତ ‘ବିଦେଶୀ’ ରକ୍ତ ଯୋଗୁଁ ସେ ରାଜନୀତିରେ ସଫଳ ହୋଇ ପାରିବେ ନାହିଁ କିମ୍ବା ଭାରତର ନେତୃତ୍ୱ ନେଇ ପାରିବେ ନାହିଁ ବୋଲି ଅତି କଡ଼ାଭାଷାରେ ଶ୍ରୀ ସିଂହ କହିଥିଲେ। ଏ ସମ୍ପର୍କରେ ଅବଗତ ହେବା ପରେ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ରାଜସ୍ଥାନରେ କଂଗ୍ରେସ ସହିତ ବିଧାନସଭା ନିର୍ବାଚନ ସମୟରେ ଆସନ ବୁଝାମଣା ପାଇଁ ଉଦ୍ୟମ ଚଳାଇଥିବା ମାୟାବତୀ ତୁରନ୍ତ ଡ୍ୟାମେଜ୍ କଂଣ୍ଟ୍ରୋଲ ମୋଡ୍କୁ ଆସିଛନ୍ତି। ମାୟାବତୀ କହିଛନ୍ତି ଯେ ି ବିଏସପି ଜାତୀୟ ସଂଯୋଜକ ଜୟପ୍ରକାଶ ସିଂହ ଯେଉଁ ମନ୍ତବ୍ୟ ଦେଇଛନ୍ତି ତାହା ବିଏସପିର ଆଦର୍ଶର ପରିପନ୍ଥୀ ଓ ସେ ଜଣେ ପ୍ରତିପକ୍ଷ ନେତାଙ୍କ ଉପରେ ବ୍ୟକ୍ତିଗତ ଆକ୍ଷେପ କରିଛନ୍ତି। ତେଣୁ ତାଙ୍କୁ ତାଙ୍କ ପଦରୁ ତୁରନ୍ତ ହଟାଇ ଦିଆଯାଇଛି। ବିଏସପି ର ଅନ୍ୟ ଦଳ ସହିତ ମେଣ୍ଟ ନେଇ ଚୁଡ଼ାନ୍ତ ନିଷ୍ପତ୍ତି ନ ହେଲା ଯାଏ ଦଳର ସମସ୍ତ ନେତା ଏ ନେଇ ମନ୍ତବ୍ୟ ଦେବା ଉପରେ କଟକଣା ଜାରି କରଯାଇଛି। ଏ ପ୍ରସଙ୍ଗରେ କେବଳ ହାଇକମାଣ୍ଡ ଗଣମାଧ୍ୟମକୁ ସୂଚନାଦେଇ ପାରିବେ।ଏହା ବିରୋଧରେ ଯାଇ ଶ୍ରୀ ସିଂହ ମନ୍ତବ୍ୟ ଦେଇଥିବାରୁ ତାଙ୍କୁ ପଦବିରୁ ହଟାଇ ଦିଆଯାଇଛି ବୋଲି ମାୟାବତୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/mayavati.jpg)