କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ମାମଲା କଲେ ମୟୂରଭଞ୍ଜ ସାଂସଦ: ଆଦିବାସୀଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଅଭିଯୋଗ

ବାରିପଦା:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁରେ ଅଦାଲତରେ ଅଭିଯୋଗ କରିଛନ୍ତି  ମୟୁଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା।  ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କୋର୍ଟରେ ଧର୍ମେନ୍ଦ୍ରଙ୍କ ନାଁରେ  ମାମଲା ଦାୟର କରିଛନ୍ତି .ସେ । ସାଂସଦଙ୍କ  ଅଭିଯୋଗ ମୁତାବକ ଗତ ଜାନୁୟାରି ୫ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ବାରିପଦା ଗସ୍ତ ସମୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାମଚନ୍ଦ୍ରଙ୍କ ନା ନେଇ ଜେଲ୍ ଯିବା ପ୍ରସଙ୍ଗରେ ତାଙ୍କୁ ଆକ୍ଷେପ କରିଥିଲେ।

 

ଏ ନେଇ ସାଂସଦ ହାଁସଦା ଅସନ୍ତୋଷ ବ୍ୟକ୍ତ କରିଥିଲେ । .ସେ ପ୍ରଥମେ ବାରିପଦା ଟାଉନ୍ ଥାନାରେ ଅଭିଯୋଗ କରିବା ପାଇଁ ଯାଇଥିଲେ  କିନ୍ତୁ ପୋଲିସ୍ ସେଠାରେ ତାଙ୍କ କଥା ଶୁଣି ନଥିଲେ । ପରେ ବାଧ୍ୟ ହୋଇ ଆଜି ଜିଲ୍ଲା ଦୌରାଜଜ କୋର୍ଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ମାମଲା କରିଛନ୍ତି ହାଁସଦା ।

ରାମଚନ୍ଦ୍ର ହାଁସଦା

ସାଂସଦଙ୍କ କହିବା ମୁତାବକ ତାଙ୍କ ଜେଲ୍ ଯାଇଥିବା ପ୍ରସଙ୍ଗ ଏବେ ବି କୋର୍ଟରେ ବିଚାରଧୀନ ଅଛି । ତେଣୁ ସାଧାରଣ ସଭାରେ ଧର୍ମେନ୍ଦ୍ରଙ୍କ ଏଭଳି ମନ୍ତବ୍ୟ ଅନୁଚିତ। ହାଁସଦା ଜଣେ ଆଦିବାସୀ ନେତା ହୋଇଥିବାରୁ  ଧର୍ମେନ୍ଦ୍ରଙ୍କ ମନ୍ତବ୍ୟ  ଆଦିବାସୀଙ୍କ ପ୍ରତି ଅପମାନ ବୋଲି ଅଭିଯୋଗ କରିଛନ୍ତି ରାମଚନ୍ଦ୍ର ହାଁସଦା । ତେବେ ଏ ନେଇ ଜିଲ୍ଲା ଦୌରାଜଜଙ୍କୁ ଧର୍ମେନ୍ଦ୍ରଙ୍କ ଅଡ଼ିଓ କ୍ଲିପ୍ ଏବଂ ୧୩ ଜଣ ସାକ୍ଷ୍ୟ ପ୍ରମାଣ କୋର୍ଟକୁ ଦେଇଛନ୍ତି ହାଁସଦା ।

ସମ୍ବନ୍ଧିତ ଖବର