ବିଜେପିରେ ଯୋଗଦେଲେ ସହିଦ ଔରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ

ନୂଆଦିଲ୍ଲୀ : ଗତ ବର୍ଷ ଜାମ୍ମୁ ଓ କାଶ୍ମୀରରେ ସହିଦ ହୋଇଥିବା ସେନାର ରାଇଫଲମ୍ୟାନ ଔରଙ୍ଗଜେବଙ୍କ ପିତା ମହମ୍ମଦ ହନିଫ ଆଜି ବିଜେପିରେ ଯୋଗଦେଇଛନ୍ତି । ଆଜି ଏଠାରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତିରେ ସେ ଓ ଅବସରପ୍ରାପ୍ତ ସେନା ଅଧିକାରୀ ଲେପ୍ଟନାଣ୍ଟ ଜେନେରାଲ ରାକେଶ ଶର୍ମା ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି ।

ଗତ  ୨୦୧୮ ଜୁନ ମାସରେ ଜାମୁ-କଶ୍ମୀର ଇଦ୍ ମନାଇବା ପାଇଁ ଛୁଟିରେ ନିଜ ଗାଁ ମେନ୍ଧାର ଜିଲ୍ଲାର ସଲାନୀ ଗାଁ ଯାଉଥିବା ବିଏସଏଫ ଯବାନ ଔରଙ୍ଗଜେବଙ୍କୁ ଆତଙ୍କବାଦୀମାନେ ଅପହରଣ କରିନେଇ ନିର୍ମମ ଭାବେ ହତ୍ୟା କରିଥିଲେ । ଏହି ଘଟଣା ପରେ ସହିଦ ଔରଙ୍ଗଜେବଙ୍କ ପିତା ଗଣମାଧ୍ୟମରେ ବୟାନ ଦେଇ କହିଥିଲେ ଯେ, ୭୨ ଘଣ୍ଟା ମଧ୍ୟରେ ତାଙ୍କ ପୁଅର ହତ୍ୟାକାରୀକୁ ସରକାର ନିପାତ ନ କଲେ, ସେ ନିଜେ ଏହାର ପ୍ରତିଶୋଧ ନେବେ । ପୁଅ ହତ୍ୟାକାରୀକୁ କ୍ଷମା କରାଯାଇ ପାରିବନାହିଁ ବୋଲି ମୃତ ଔରଙ୍ଗଜେବଙ୍କ ପିତା ତଥା ଭାରତୀୟ ସେନାର ଅବସରପ୍ରାପ୍ତ ଯବାନ ମହମ୍ମଦ ହନିଫ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର