ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ସରକାରଙ୍କ ନାକ ତଳେ ଅଳଙ୍କାର ବ୍ୟବସାୟୀ ମେହୁଲ ଚୋକ୍ସି ଦେଶକୁ ଲୁଟିଛନ୍ତି। ଦେଶର ଏବଂ ଲୋକମାନଙ୍କର ଟଙ୍କାକୁ ଲୁଟିବା ପରେ ସେ ଆଣ୍ଟିଗୁଆ ଫେରାର ହୋଇଯାଇଛନ୍ତି। ସରକାରଙ୍କୁ ସବୁ ଜଣା ଥିଲା। ତେଣୁ ସରକାର ଚାହିଥିଲେ ତାଙ୍କୁ ଗିରଫ କରିପାରିଥାନ୍ତେ। ସିପିଆଇର ରାଷ୍ଟ୍ରୀୟ ସମ୍ପାଦକ ଡି ରାଜା ରବିବାର ଏଭଳି କହିଛନ୍ତି। ସେ ଆହୁରି କହିଛନ୍ତି, ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ ପାଇଁ ଚୋକ୍ସିଙ୍କୁ ଅନୁମତି ଦେବା ବେଳେ ଭାରତ ପକ୍ଷରୁ କୌଣସି ନକାରାତ୍ମକ ରିପୋର୍ଟ ଦିଆଯାଇ ନଥିଲା ବୋଲି ଆଣ୍ଟିଗୁଆ ସରକାରଙ୍କ ପକ୍ଷରୁ ନିକଟରେ କୁହାଯାଇଛି। ସରକାର ଏ ନେଇ ଜବାବ ରଖନ୍ତୁ ବୋଲି ରାଜା ଦାବି କରିଛନ୍ତି। ରାଜା କହିଛନ୍ତି, ସରକାରଙ୍କ ଜାଣତରେ ଚୋକ୍ସି କେବଳ ଆଣ୍ଟିଗୁଆର ନାଗରିକତ୍ୱ ଗ୍ରହଣ କରିନାହାନ୍ତି, ଏକାଧିକ ରାଷ୍ଟ୍ରର ପାସ୍ପୋର୍ଟ ମଧ୍ୟ ହାସଲ କରିଛନ୍ତି। ସରକାରୀ ଏଜେନ୍ସିଗୁଡ଼ିକ ଏ ସମ୍ପର୍କରେ ସବୁକିଛି ଜାଣିଥିବାରୁ ସରକାର ଏହାର ଜବାବ ରଖିବା ଉଚିତ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଚୋକ୍ସିଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ପକ୍ଷରୁ ଇତିମଧ୍ୟରେ ଆଣ୍ଟିଗୁଆ ସରକାରଙ୍କୁ ଅନୁରୋଧ କରାଯାଇଛି।
ସରକାରଙ୍କ ଜାଣତରେ ଦେଶକୁ ଲୁଟିଛନ୍ତି ଚୋକ୍ସି: ସିପିଆଇ
/sambad/media/post_attachments/wp-content/uploads/2018/08/D_Raja-EPS1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)