ବିଜୁ ମହିଳା ଜନତା ଦଳର ସାଂଗଠନିକ ସ୍ତରରେ ଅଦଳବଦଳ, ମୀନତି ବେହେରା ନୂଆ ସଭାପତି

ଭୁବନେଶ୍ୱର : ବିଜୁ ଜନତା ଦଳର ସାଂଗଠନିକ ସ୍ତରରେ କେତେକ ପରିବର୍ତ୍ତନ କରାଯାଇଛି । ମୀନତି ବେହେରାଙ୍କୁ ବିଜୁ ମହିଳା ଜନତା ଦଳର ସଭାପତି ନିଯୁକ୍ତ କରାଯାଇଛି । ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଦଳର ଉପ-ସଭାପତି ସହ ବିଜୁ ମହିଳା ଜନତା ଦଳର ଉପଦେଷ୍ଟା ନିଯୁକ୍ତ କରାଯାଇଥିବାବେଳେ ଜ୍ୟୋତି ପାଣିଗ୍ରାହୀ ଓ କସ୍ତୁରୀ ମହାପାତ୍ରଙ୍କୁ ବିଜୁ ମହିଳା ଜନତା ଦଳର ସହ-ପରାମର୍ଶଦାତା ନିଯୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଶ୍ରୀମୟୀ ଶ୍ୱେତା ସ୍ନିଗଧା ମିଶ୍ର, ଲୋପାମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ଗୀତାରାଣୀ ବସ୍ତିଆଙ୍କୁ ବିଜୁ ମହିଳା ଜନତା ଦଳର କାର୍ଯ୍ୟକାରୀ ସଭାପତି ନିଯୁକ୍ତ ହୋଇଛନ୍ତି । ସେହିପରି ସୁଲତା ଦେଓଙ୍କୁ ବିଜୁ ମହିଳା ଜନତା ଦଳର ମହାସଚିବ ଓ ଏଲିନା ଦାସଙ୍କୁ ସଚିବ ନିଯୁକ୍ତ କରାଯାଇଛି । ତେବେ ବିଜୁ ମହିଳା ଜନତା ଦଳର ରାଜ୍ୟ କମିଟି ଓ ଜିଲ୍ଲା କମିଟି ସ୍ତରରେ କୌଣସି ଅଦଳବଦଳ କରାଯାଇନାହିଁ । ସୂଚନାଯୋଗ୍ୟ, ଆଜି ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ପଦରୁ ଡାକ୍ତର ଲୋପାମୁଦ୍ରା ବକ୍ସିପାତ୍ର ଓ ଭିନ୍ନକ୍ଷମ କମିଶନ ଅଧ୍ୟକ୍ଷା ପଦରୁ ମିନତୀ ବେହେରା ଇସ୍ତଫା ଦେଇଥିଲେ । ସେମାନେ ନିଜର ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇ ଦେଇଥିଲେ ।

ସମ୍ବନ୍ଧିତ ଖବର