ପ୍ରଥମେ ଚୌକିଦାରକୁ ଗାଳି ଦେଉଥିଲେ ଏବେ ସବୁ ମୋଦି ନାମଧାରୀ ବ୍ୟକ୍ତିକୁ ଗାଳି ଦେଉଛନ୍ତି : ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ: ଦେଶରେ ନିର୍ବାଚନୀ ତାତି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ଗସ୍ତ କରୁଛନ୍ତି । ପୁଣି ଥରେ ସତ୍ତାକୁ ଆସିବା ପାଇଁ ମାରାଥନ୍ ପ୍ରଚାର ଚଳାଇଛନ୍ତି । ଗତକାଲି ଓଡ଼ିଶାରେ ଆସିଥିବା ବେଳେ ଆଜି ମହାରାଷ୍ଟ୍ରରେ ନିର୍ବାଚନୀ ରାଲି କରିଛନ୍ତି ମୋଦି । ମହାରାଷ୍ଟ୍ର ମାଢ଼ାର ଏକ ର।ଲିରେ ଉଦବୋଧନ ଦେଇ ମୋଦି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି କଂଗ୍ରେସର ବଡ଼ ବଡ଼ ଲୋକ ମୋତେ ଗାଳିଦେବା ସହ ପୂରା ସମାଜକୁ ଗାଳି ଦେବାକୁ ପଛାଉ ନାହାନ୍ତି । କଂଗ୍ରେସ ନେତାମାନେ ପ୍ରଥମେ ଚୌକିଦାରକୁ ଗାଳି ଦେଉଥିଲେ ଆଉ ଏବେ ସବୁ ମୋଦି ନାମଧାରୀ ବ୍ୟକ୍ତିକୁ ଗାଳି ଦେଉଛନ୍ତି ।

time.com

ନିର୍ବାଚନୀ ତାତିରେ ଫୁଟୁଛି ଦେଶ । ଏପରି ସ୍ଥଳେ ଜୋରସୋରରେ ଚାଲିଛି ଆରୋପ ପ୍ରତ୍ୟାରୋପ । ଏହି କ୍ରମରେ ମୋଦି କହିଛନ୍ତି, ସେ ପଛୁଆ ବର୍ଗର ହୋଇଥିବା ଯୋଗୁଁ ମୋତେ କଂଗ୍ରେସର ଅନେକ ବଡ଼ ବଡ଼ ନେତା ଗାଳି ଦେଉଛନ୍ତି । ମୋର ଜାତିକୁ ନେଇ ପ୍ରଶ୍ନ କରିଛନ୍ତି । ବାରମ୍ବାର ଅପମାନ କରିବା ପାଇଁ ପଛାଉ ନାହାନ୍ତି । କିନ୍ତୁ ଏଥର ସେମାନେ ପୂରା ପଛୁଆ ବର୍ଗକୁ ଚୋର କହିବାକୁ ପଛାଉ ନାହାନ୍ତି । କିନ୍ତୁ ଏସବୁ କଥାକୁ ଆଉ ବରଦାସ୍ତ କରିହେବ ନାହିଁ ।

ଆଜି ଭାରତ ଶକ୍ତିଶାଳୀ ଦେଶଗୁଡ଼ିକ ମଧ୍ୟରେ କାନ୍ଧକୁ କାନ୍ଧ ମିଳାଇ ଚାଲୁଛି । ଏହା ଦେଶ ପାଇଁ ନିଶ୍ଚିତ ଗର୍ବର ବିଷୟ । ବର୍ତ୍ତମାନ ସମୟରେ ଜନତା ଓ ସରକାର ସାଥୀ ହୋଇଛନ୍ତି । ଦେଶର ଜନତା ମୋଦିଙ୍କୁ ଶାସନ ଭାର ଦେବା ପାଇଁ ନିଜେ ନିଜେ ପ୍ରଚାର ଚଳାଇଛନ୍ତି । ୫ ବର୍ଷରେ ବିନା କୌଣସି ଦାଗରେ ବିଜେପି ସରକାର ଚଳାଇଛନ୍ତି । ମୋଦି ସରକାରଙ୍କ ଉପରେ ଲୋକଙ୍କର ଆସ୍ଥା ରହିଛି ।

ସମ୍ବନ୍ଧିତ ଖବର