ନୂଆଦିଲ୍ଲୀ : ଆଜି ଥିଲା ୧୬ଶ ଲୋକସଭାର ଶେଷ ଦିନ । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜର ବିଦାୟୀ ଅଭିଭାଷଣରେ ନିଜର ସରକାରର ସଫଳତା ବଖାଣିବା ସହ ଗାନ୍ଧି ପରିବାର କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ତେବେ ନିଜର ଏହି ଭାଷଣ କାଳରେ ମୋଦି ଏପରି ଏକ କଥା କହିଛନ୍ତି ତାହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।
Very Very Important info provided by PM Modi in his speech in Lok Sabha.
Modi is 14th Prime Minister (15th if we count Nanda as well).
There have been 13 PMs before him.
Yet, on the plate below the PM's chair in Lok Sabha, there are names of just 3.
WHY ? pic.twitter.com/2uLr8SeiIf
— Suresh Nakhua ?? (@SureshNakhua) February 13, 2019
ମୋଦି କହିଛନ୍ତି ଯେ ତାଙ୍କ ପୂର୍ବରୁ ୧୩ ଜଣ ପ୍ରଧାନମନ୍ତ୍ରୀ ରହିଛନ୍ତି । କିନ୍ତୁ ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଆସନ ପାଖରେ ଏକ ପ୍ଲେଟ ଲାଗିଛି, ସେଥିରେ ମାତ୍ର ୩ ଜଣ ପ୍ରଧାନମନ୍ତ୍ରୀଙ୍କ ନାଁ ଲେଖାଅଛି । ଏପରି କାହିଁକି ହୋଇଛି, ତାହା ଦେଶର ଉଦାରବାଦୀ ବୁଦ୍ଧିଜୀବିମାନେ ବିଚାର କରିବାକୁ ମୋଦି କହିଛନ୍ତି । ଏହି ୩ ଜଣ ପ୍ରଧାନମନ୍ତ୍ରୀ କିଏ ତାହା କହିନଥିଲେ ମଧ୍ୟ ଗାନ୍ଧି ପରିବାରକୁ ଟାର୍ଗେଟ କରି ସେ ଏ ହି କଟାକ୍ଷ କରିଥିବା ଆଲୋଚନା ହେଉଛି ।