ସାବରିମାଲା  ପ୍ରସଙ୍ଗରେ କେରଳ ସରକାରଙ୍କୁ ସମାଲୋଚନା କଲେ ମୋଦି 

କୋଚି : ସାବରିମାଲା ମାମଲାରେ କେରଳ ସରକାରଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି କେରଳରେ କୋଲ୍ଲାମ ବାଇପାସ ପ୍ରକଳ୍ପର ଉଦଘାଟନ ଅବସରରେ ସେ କହିଛନ୍ତି ଯେ ସାବରିମାଲା ମାମଲାକୁ କେରଳର ବାମପନ୍ଥୀ ସରକାର ଯେଭଳିଭାବେ  ପରିଚାଳନା କଲେ ତାହା ବେଶ ଲଜ୍ଜାଜନକ ।  ମୁଖ୍ୟମନ୍ତ୍ରୀ ପି.ବିଜୟନଙ୍କ ଉପସ୍ଥିତିରେ ସେ କହିଛନ୍ତି ଯେ ସମସ୍ତେ ଜାଣନ୍ତି ବାମପନ୍ଥୀମାନେ ଭାରତୀୟ ସଭ୍ୟତା ଓ ହିନ୍ଦୁ ସଂସ୍କୃତିର ବିରୋଧୀ ବୋଲି ।  କିନ୍ତୁ ସେମାନେ ହିନ୍ଦୁ  ମାନଙ୍କୁ ଯେ ଏତେ ଘୃଣା କରନ୍ତି ତାହା ଜଣା ନଥିଲା । କେରଳରେ ପୂର୍ବର କଂଗ୍ରେସ ସରକାର ହୁଅନ୍ତୁ ବା ଏବର ବାମପନ୍ଥୀ ସମସ୍ତେ କେରଳର ସଭ୍ୟତା, ସଂସ୍କୃତିକୁ ଧ୍ୱଂସ ହିଁ କରିଆସିଛନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି ।

ସମ୍ବନ୍ଧିତ ଖବର