ଭୁବନେଶ୍ବର: ଜମା ବି ଚାଲିପାରୁନି ବିଧାନସଭା । ଆରମ୍ଭ ଦିନଠୁ ଆଜି ଯାଏଁ ମୋଟ ତିନି ଦିନ ହେଲା ବିଧାନସଭାରେ ଲାଗି ରହିଛି ଅଚଳାବସ୍ଥା । ବିରୋଧୀଙ୍କ ହୋହଲ୍ଲା, ହଙ୍ଗାମା ଏବଂ ହଟ୍ଟଗୋଳରେ ଗୃହ ବାରମ୍ବାର ମୁଲତବି ହେଉଛି । ଚଳିତ ମୌସୁମୀ ଅଧିବେଶନରେ ମୋଟ ୭ଟି କାର୍ଯ୍ଯଦିବସ ରହିଥିବା ବେଳେ ୩ ଦିନ ଏମିତି ମୁଲତବିରେ କଟିଗଲାଣି । ହାତରେ ଆଉ ୪ଟି କାର୍ଯ୍ଯ ଦିବସ ଥିବା ବେଳେ ଲୋକଙ୍କ ପ୍ରସଙ୍ଗ କେତେବେଳେ ଆଲୋଚନା ହେବ ତାହା ଉପରେ ସମସ୍ତଙ୍କ ନଜର ରହିଥିବା ବେଳେ ବିଧାନସଭା ଦୁଇ ଦିନ ହେବ ଭଲରେ ଟିକେ ଚାଲି ବି ପାରୁନି । ଗତକାଲି ପ୍ରଥମାର୍ଦ୍ଧରେ ୪ ମିନିଟ୍ ଚାଲି ଅପରାହ୍ନ ୪ଟା ଯାଏଁ ମୁଲତବି ହୋଇଥିବା ବେଳେ ଦ୍ଵିତୀୟାର୍ଦ୍ଧରେ ବି ୪ ମିନିଟ୍ ଚାଲିବା ପରେ ପୁଣି ଅଚଳା ଅବସ୍ଥା ଦେଖା ଦେବାରୁ ଗୃହକୁ ମୁଲତବି ଘୋଷଣା କରାଯାଇଥିଲା । ଗତକାଲି ମୋଟ୍ ୮ ମିନିଟ୍ ଚାଲି ଅଚଳ ହୋଇଥିଲା ବିଧାନସଭା ।

Advertisment

assembly

ଆଜି ବି ସେହି ସମାନ ସ୍ଥିତି ଦେଖିବାକୁ ମିଳିଥିଲା । ଆଜି ବି ଆଜି ସପ୍ତଦଶ ବିଧାନସଭାର ଚତୁର୍ଥ ଅଧିବେଶନର ତୃତୀୟ ଦିନରେ ଗୃହ କାର୍ଯ୍ଯ ଧୋଇଯାଇଛି । ସାର ପ୍ରସଙ୍ଗରେ ବିରୋଧୀ ବିଜେଡି ସଦସ୍ୟଙ୍କ ନାରାବାଜି ସହ ହୋହଲ୍ଲା ପରେ ବାଚସ୍ପତି ଗୃହ କାର୍ଯ୍ୟକୁ ଅପରାହ୍ଣ ୪ଟା  ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ହେଲେ ଦ୍ଵିତୀୟାର୍ଦ୍ଧରେ ବି ଗୃହରେ ଜାରି ରହିଥିଲା ଅଚଳାବସ୍ଥା । ଦ୍ଵିତୀୟାର୍ଦ୍ଧରେ ଗୃହକାର୍ଯ୍ୟ ଆରମ୍ଭରୁ ବିଜେଡି ନାରାବାଜି କରିଥିବା ବେଳେ ସାର୍ ପ୍ରସଙ୍ଗ ଉଠାଇ ଗୃହ ମଧ୍ୟଭାଗରେ ହୋହଲ୍ଲା କରିଥିଲା ।ପୋଷ୍ଟର ଦେଖାଇ ନାରାବାଜି କରିଥିଲେ ବିଜେଡି ବିଧାୟକ। ତେବେ ଗୃହରେ ଶୃଙ୍ଖଳା ରକ୍ଷା କରିବାକୁ ବାଚସ୍ପତି ନିବେଦନ କରିଥିବା ବେଳେ ସୋମବାର ଯାଏଁ ଗୃହକୁ ମୁଲତବି କରିଛନ୍ତି । ଆଉ ଆଜି ଗୃହ ମାତ୍ର ୧୫ ମିନିଟ୍ ପାଇଁ ଚାଲିଛି ।

rt (1)

ଗତକାଲି ୮ ମିନିଟ୍ ଆଉ ଆଜି ୧୫ ମିନିଟ୍ ଗୃହକାର୍ଯ୍ୟ ଚାଲିଥିବା ବେଳେ ଲୋକଙ୍କ ପ୍ରସଙ୍ଗ କେତେବେଳେ ଆଚୋଲନା ହେବ ତାହା ସନ୍ଦେହ ସୃଷ୍ଟି ହୋଇଛି । ଯେଉଁ ଉଦ୍ଦେଶ୍ୟରେ ବିଧାନସଭା ବସେ ତାହା ସାଧନ ହେଉନି । ମୌସୁମୀ ଅଧିବେଶନ ୭ ଦିନ ଚାଲିବାକୁ ଥିବା ବେଳେ ଏହି ଛୋଟ ଅଧିବେଶନରେ କିନ୍ତୁ ବଡ଼ ପ୍ରସଙ୍ଗ ଉଠୁଛି । ହେଲେ ଆଲୋଚନା ହେଇପାରୁନି । ନା ଶୂନ୍ୟକାଳ, ନା ପ୍ରଶ୍ନକାଳ- ଆଲୋଚନା ନହେଇ ଦୁଇ ଦିନ ହେଲା ଧୋଇ ଯାଉଛି ମୌସୁମୀ ଅଧିବେଶନ । ଶାସକ-ବିରୋଧୀ ଦୋଷ ଲଦାଲଦି ହେଉଥିବା ବେଳେ ବିଧାନସଭାରେ ଦେଖିବାକୁ ମିଳିଛି ଆରୋପ-ପ୍ରତ୍ୟାରୋପର ରାଜନୀତି । ବାରମ୍ବାର ଗୃହ ମୁଲତବି ପରେ ପ୍ରତିକ୍ରିୟା ରଖିଛନ୍ତି ବିଜେପି ବିଧାୟକ ସନ୍ତୋଷ ଖଟୁଆ । ଅପ୍ରସଙ୍ଗକୁ ପ୍ରସଙ୍ଗ କରି ବିଧାନସଭା ଚଲାଇ ଦେଉନାହାନ୍ତି ବିରୋଧୀ । ସାର ମିଳୁନି ବୋଲି କହୁଛନ୍ତି, ତାହାଲେ ଏ ବର୍ଷ ୨୫ ପ୍ରତିଶତ ଚାଷୀ ଅଧିକ ପଞ୍ଜିକରଣ କେମିତି କରିଛନ୍ତି । ଏଥର ୧୦୦ ଲକ୍ଷ ମେଟ୍ରିକ ଟନ ଧାନ ଅମଳ ହେବ । ଏହା କଣ ଚାଷୀ ମାରଣ ନୀତି କି ବୋଲି ପ୍ରଶ୍ନ କରିଛନ୍ତି ସନ୍ତୋଷ । ଆଉ କହିଛନ୍ତି-  ଏମାନେ ଆଲୋଚନାକୁ ନଯାଇ ଗୃହ ମଧ୍ୟ ଭାଗରେ ନାଟକ ବାଜି କରୁଛନ୍ତି, ଲୋକ ଜାଣିସାରିଛନ୍ତି । ସେପଟେ ରାଜ୍ୟରେ ସାର ସମସ୍ୟାକୁ ନେଇ ରାଜ୍ୟପାଳଙ୍କୁ ଭେଟିବା ପାଇଁ ରାଜ ଭବନରେ ପହଞ୍ଚିଛନ୍ତି ବିଜେଡି ନେତା ।