ନିର୍ବାଚନ ପୂର୍ବରୁ କଂଗ୍ରେସର ବଡ ଘୋଷଣା: ଝିଅ ବିବାହ ଖର୍ଚ୍ଚ ଉଠାଇବା ସହ ବାସହରାଙ୍କୁ ଦେବ ଅଢେଇ ଲକ୍ଷ ଟଙ୍କା

ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ

ଭୋପାଳ : ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ହେବାରେ ଲାଗିଛି। ରାଜ୍ୟରେ ୧୫ ବର୍ଷ ଧରି ଶାସନ କରୁଥିବା ବିଜେପିକୁ ଗାଦିଚ୍ୟୁତ କରିବା ପାଇଁ କଂଗ୍ରେସ ଜୋରସୋର ଉଦ୍ୟମ କରିଛି। ସେହିଭଳି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ୍ ଚତୁର୍ଥ ଥର ପାଇଁ ଶାସନ କ୍ଷମତା ହାସଲ ଲାଗି ସବୁ ଶକ୍ତି ଲଗାଇଛନ୍ତି। ନିର୍ବାଚନକୁ ନେଇ ନେତାମାନେ ଦିନରାତି ଏକ କରିଦେଇଥିବା ବେଳେ ଘୋଷଣା ପତ୍ର ଜାରି କରିଛି କଂଗ୍ରେସ । କଂଗ୍ରେସର ଏହି ଘୋଷଣାପତ୍ରରେ ଗୋଟିଏ ପଟରେ ଯେଉଁଠି ଅଢେଇ ଲକ୍ଷ ଟଙ୍କା ଦିଆଯିବା ନେଇ ଘୋଷଣା କରାଯାଇଛି, ଅନ୍ୟପଟେ ରାଜ୍ୟଅଧ୍ୟକ୍ଷ କମଲନାଥ କହିଛନ୍ତି କି, ଝିଅ ବିବାହ ପାଇଁ ବାପାମାଆଙ୍କୁ ୫୧ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ।

ତେବେ କଂଗ୍ରେସର ଏହି ଘୋଷଣା ପତ୍ରକୁ ‘ବଚନ ପତ୍ର’ ବା ପ୍ରତିଶ୍ରୃତି ପତ୍ରର ନାଁ ଦେଇଛି । କଂଗ୍ରେସର କହିବା କଥା ହେଲା, ଆମେ କେବଳ ପ୍ରତିଶ୍ରୃତି ଦେବୁନି ବରଂ ତାକୁ ପୁରଣ ମଧ୍ୟ କରିବୁ ।

କମଲନାଥ କହିଛନ୍ତି କି, କଂଗ୍ରେସର ଘୋଷଣା ପତ୍ରରେ ୯୭୩ ଜଣ ହିନ୍ଦୁମାନଙ୍କୁ ସାମିଲ କରାଯାଇଛି । ଏହି ଘୋଷଣା ପତ୍ରରେ ସବୁଠାରୁ ଗୁରୁତ୍ୱପୂଣ୍ଣ ଭ୍ରଷ୍ଠାଚାର ଅଟେ । ଏଥିପାଇଁ ଆମେ ଜନ ଆୟୋଗର ଗଠନ କରିବୁ । ଏଥିରେ ସାମ୍ବାଦିକ, ଓକିଲ ଏବଂ ସମ୍ମାନିତ ନାଗରିକମାନଙ୍କୁ ସଦସ୍ୟ କରାଯିବ । ଏହା ରାଜନୈତିକ ମଂଚ ହେବ ନାହିଁ । ବିଜେପି ସରକାରରେ ଗାଁଠାରୁ ଆରମ୍ଭ କରି ଭୋପାଳ ପର୍ଯ୍ୟନ୍ତ ଭ୍ରଷ୍ଠାଚାର ଲମ୍ବିଛି । ଏହି ଆୟୋଗ ଭ୍ରଷ୍ଠାଚାରର ସମସ୍ତ ମାମଲାର ଯାଂଚ କରିବ । ଏହାଛଡା , ମହିଳାମାନଙ୍କର ସୁରକ୍ଷା ପାଇଁ ସ୍ମାର୍ଟଫୋନ ମଧ୍ୟ ବଂଟାଯିବ । ମହିଳା ସ୍ୱୟଂ ସହାୟତା ଦଳର ଋଣ ସବୁ ଛାଡ କରିଦିଆଯିବ । ବିବେକାନନ୍ଦ ଯୁବା ଶକ୍ତି ମିଶନ ଆରମ୍ଭ କରାଯିବ । ପରୀକ୍ଷାରେ ଟପ୍ କରିଥିବା ଛାତ୍ରଛାତ୍ରୀମାନଙ୍କୁ ମାଗଣା ଲାପଟପ ପ୍ରଦାନ କରାଯିବ । ସିଂଚନ ପାଇଁ ବିଜୁଳୀର ଦରକୁ ବି ଅଧା କରିଦିଆଯିବ । ଏବଂ ନୂଆ ଫସଲ ବୀମା ଯୋଜନା ଲାଗୁ କରାଯିବା ସହିତ ହିଁ ଚାଷୀଙ୍କୁ ଋଣ ମୁକ୍ତ କରାଯିବ ।

ସେହିପରି ଉଭୟ ଓକିଲ ଏବଂ ସାମ୍ବାଦିକମାନଙ୍କର ସୁରକ୍ଷା ନିୟମ ପରିସରକୁ ଅଣାଯିବ । ୬୦ ବର୍ଷରୁ ଅଧିକ ବୟସର ସାମ୍ବାଦିକଙ୍କୁ ୧୦ ହଜାର ଟଙ୍କା ମାସିକ ଦିଆଯିବ । ପ୍ରତିଟି ଗ୍ରାମ ପଂଚାୟତରେ ଗୋଶାଳା ଖୋଲା ଯିବ । ସାମାଜିକ ସୁରକ୍ଷା ରାଶିକୁ ୩୦୦ରୁ ୧ ହଜାର ଟଙ୍କାକୁ ବୃଦ୍ଧି କରିଦିଆଯିବ । ସପ୍ତମ ବେତନ, ସାମ୍ବାଦିକଙ୍କ ସୁରକ୍ଷା ପାଇଁ ଆଇନ, ବିଧାନ ପରିଷଦ ଗଠନ କରାଯିବ ବୋଲି କଂଗ୍ରେସ ଜାରି କରିଥିବା ଘୋଷଣାନାମାରେ ଉଲ୍ଲେଖ କରିଛି ।

ସମ୍ବନ୍ଧିତ ଖବର