ନୂଆଦିଲ୍ଲୀ : ବିେ଼ଜଡି ସଂସଦୀୟ ଦଳ ବୈଠକରେ ଆଜି ସାଂସଦ ରାମଚନ୍ଦ୍ର ହାଁସଦା ଯୋଗଦେଇଛନ୍ତି। ଆଜି ବିଳମ୍ବରେ ସାଂସଦ ଶ୍ରୀ ହାଁସଦା ବୈଠକକୁ ଯାଇଥିଲେ। ତେବେ ସାଂସଦଙ୍କୁ କିଛି ସମୟ ପାଇଁ ଅପେକ୍ଷା କରିବା ଲାଗି ବିଜେଡି ସଂସଦୀୟ ଦଳ ନେତା ଭର୍ତ୍ତୃହରି ମହତାବ ପରାମର୍ଶ ଦେଇଥିଲେ। ଅଳ୍ପ କେଇ ମୁହୂର୍ତ୍ତ ପରେ ତାଙ୍କୁ ବୈଠକକୁ ଡକାଯାଇଥିଲା। ଯଦିଓ ସାଂସଦଙ୍କୁ ଦଳରୁ ନିଲମ୍ବିତ କରାଯାଇଛି, ତଥାପି ଆଜି ବୈଠକରେ ଯୋଗଦାନକୁ ରାଜନୈତିକ ମହଲରେ ଅତ୍ୟନ୍ତ ଗୁରୁତ୍ୱ ଦିଆଯାଉଛି। ସାଂସଦଙ୍କୁ ଦଳକୁ ଫେରାଇ ଅଣାଯାଇପାରେ ବୋଲି ଏହି ମହଲ ମତ ରଖୁଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଅନ୍ୟପଟେ କିଛି ସମୟ ଅଟକାଯିବା ଘଟଣାରେ ସାଂସଦ ଶ୍ରୀ ହାଁସଦା ପ୍ରତିକ୍ରିୟା ଗଣମାଧ୍ୟମ ସାମ୍ନାରେ ପ୍ରକାଶ କରିଥିଲେ। କହିଥିଲେ, ତାଙ୍କୁ ଅପମାନିତ କରାଯାଇଛି। ଆଉ ଏହି ଦଳରେ ରହିବା ଠିକ୍ ନୁହେଁ। ସେ ତାଙ୍କର ଇସ୍ତଫା ପତ୍ର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ପଠାଇଦେବେ।