ସଂସଦ ଓ ବିଧାନସଭାରେ ମହିଳାଙ୍କ ଲାଗି ୩୩% ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁଙ୍କୁ ଭେଟି ସହମତିି ଲୋଡିବେ ସୌମ୍ୟରଂଜନ

ଭୁବନେଶ୍ବର : ବିଜୁ ଜନତା ଦଳର ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମଙ୍ଗଳବାର  ଆନ୍ଧ୍ରପ୍ରଦେଶ ଗସ୍ତ କରିଛନ୍ତି । ପାର୍ଲାମେଣ୍ଟ ଓ ବିଧାନସଭାରେ ମହିଳାଙ୍କୁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ପ୍ରସଙ୍ଗରେ ବିଧାନସଭାରେ ସଂକଳ୍ପ ପାରିତ ହେବା ପରେ ବିଜେଡି ପକ୍ଷରୁ ପ୍ରତିନିଧିମାନେ ବିଭିନ୍ନ ରାଜ୍ୟ ଗସ୍ତ କରି ବିଭିନ୍ନ ରାଜନୈତିକ ଦଳର ମୁଖ୍ୟଙ୍କୁ ଭେଟୁଛନ୍ତି ଓ ଏ ନେଇ ସମର୍ଥନ ବି ଲୋଡୁଛନ୍ତି ।  ଏହି କ୍ରମରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ସାକ୍ଷାତ କରିବେ ସୌମ୍ୟରଂଜନ । ଚନ୍ଦ୍ରବାବୁଙ୍କୁ ଭେଟି ତାଙ୍କ ସହମତିି ଲୋଡିବେ ସାଂସଦ ସୌମ୍ୟରଂଜନ ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଓଡ଼ିଶା ଆସିଥିବା ବେଳେ ଗତକାଲି ବିଜେଡି ପକ୍ଷରୁ ତାଙ୍କୁ ଭେଟି ମହିଳାଙ୍କ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନେଇ ସମର୍ଥନ ଲୋଡିଥିଲେ ସୌମ୍ୟରଂଜନ । ଏ ନେଇ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ବି ଲେଖିଛନ୍ତି ।

ଏହାଛଡା ବିଜେଡିର ପ୍ରତିନିଧି ବିଭିନ୍ନ ରାଜ୍ୟ ଗସ୍ତ କରି ବିଭିନ୍ନ ଦଳର ପ୍ରତିନିଧିଙ୍କୁ ଭେଟୁଛନ୍ତି ଓ ଏ ନେଇ ସମର୍ଥନ ବି ଲୋଡୁଛନ୍ତି । ସୌମ୍ୟରଂଜନଙ୍କୁ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନା ଦାୟିତ୍ୱ ଦିଆଯାଇଛି ।

ସମ୍ବନ୍ଧିତ ଖବର